କଟକ ୫।୧୨: ଭୁବନେଶ୍ବରରୁ ସିଡିଏକୁ ମୋ ବସ୍ ସେବା ବନ୍ଦ ନେଇ ତେଜିଲା ଅସନ୍ତୋଷ । ଆଜି ସିଡିଏର ବରିଷ୍ଠ ନାଗରିକ ମାନେ ଏକାଠି ହୋଇ ଏ ନେଇ ଜିଲ୍ଲାପାଳଙ୍କୁ ଫେରାର ହୋଇଛନ୍ତି । ଗତ ପାଞ୍ଚ ଦିନ ହେବ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ କର୍ତ୍ତୃପକ୍ଷ ଭୁବନେଶ୍ୱରରୁ ସିଡିଏ ଦେଇ ଯା ଆସ କରୁଥିବା ୧୦,୧୬ ଓ ୧୮ ନମ୍ବର ମୋ ବସ୍ ସେବାକୁ ବନ୍ଦ କରିଦେଇଛନ୍ତି । ଏହି ବସ୍ ଗୁଡିକ ଅପେକ୍ଷାକୃତ ବଡ ଓ ସିଡିଏ ରାସ୍ତାରେ ଯାଆସ ବେଳେ ଦୁର୍ଘଟଣା ଆଶଙ୍କା ରହୁଥିବା ଦର୍ଶାଇ ଏହି ବସ୍ ସେବା କ୍ରୁଟ କର୍ତ୍ତୃପକ୍ଷ ବନ୍ଦ କରିଦେଇଥିବା ଜଣାଯାଇଛି । ତେବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପରେ ଖୁବ୍ ଶୀଘ୍ର ଏହି ବସ୍ ସେବା ପୁନଃ ଚାଲୁ କରାଯିବ ବୋଲି କ୍ରୁଟ କର୍ତ୍ତୃପକ୍ଷ ଆଜି ଅଦାଲତଙ୍କୁ ସତ୍ୟପାଠ ଜରିଆରେ ଅବଗତ କରାଇଛନ୍ତି । ଏ ନେଇ ଆଜି ସିଡିଏ ବରିଷ୍ଠ ନାଗରିକ ମାନେ ଜିଲ୍ଲାପାଳଙ୍କୁ ଭେଟିବା ପରେ ଆସନ୍ତା ଶନିବାର ଠାରୁ ଏହି ବସ୍ ସେବା ପୁଣି ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ବରିଷ୍ଠ ନାଗରିକ ମାନେ କହିଛନ୍ତି । ତେବେ ଖୁବ୍ ଶୀଘ୍ର ବଡ ବସ୍ ପରିବର୍ତ୍ତେ ଛୋଟ ମୋ ବସ୍ ଗୁଡିକ ସିଡିଏ ଦେଇ ଚଲାଇବା ପାଇଁ କ୍ରୁଟ ଯୋଜନା କରୁଛି।