Download (2)

ରାଜ୍ୟରେ ବନ୍ଦ ହେବ ଗୋ ମାଂସ ଓ ଗୋ ଚାଲାଣ, ଗୋ ହତ୍ୟା ବନ୍ଦ ପାଇଁ ଆସିବ ଆଇନ-ଆଇନ ମନ୍ତ୍ରୀ

State

ଭୁବନେଶ୍ୱର : ଗୋ ହତ୍ୟା ବନ୍ଦ ପାଇଁ ଆସିବ ଆଇନ । ଆସାମ ପରି ଓଡିଶାରେ ବି ବନ୍ଦ ହେବ ଗୋ ହତ୍ୟା । ଏହାସହ ରାଜ୍ୟରେ ବନ୍ଦ ହେବ ଗୋ ମାଂସ ଓ ଗୋ ଚାଲାଣ । ରାଜ୍ୟରେ ସରକାର ଖୁବ୍‌ ଶୀଘ୍ର କଡା ଆଇନ ଆଣିବାକୁ ବିଚାର କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗୋ ଚାଲାଣ ଓ ଗୋ ହତ୍ୟା ଉପରେ ରୋକ୍‌ ଲାଗିବ । ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।