Onn 3

ରାଜ୍ୟ ସ୍ତରରେ ବାରିପଦାର ସହରାୟ ପୁରସ୍କୃତ

State

ବାରିପଦା: ଭୁବନେଶ୍ୱର ର ଖାରବେଳ ନଗର ସ୍ଥିତ କଳିଙ୍ଗ ବୁଦ୍ଧ ମନ୍ଦିର ପରିସରରେ ଡଃ ଏ ପି ଜେ ଅବଦୁଲ କଲାମ ମେମୋରିଆଲ ଟ୍ରଷ୍ଟ ତରଫରୁ ବିଶ୍ୱ ଛାତ୍ର ଦିବସ ଅବସରରେ ସମରାୟ ହେମ୍ବ୍ରମ ପୁରସ୍କୃତ ହୋଇଛନ୍ତି I ପ୍ରକାଶ ଥାଉକି ବାରିପଦା ଠାରେ ଶିକ୍ଷା ସଂସ୍ଥାନ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ତକତପୁର ସ୍ଥିତ ବିଦ୍ୟାଭାରତୀ ଶିଶୁ ବିଦ୍ୟାମନ୍ଦିରର ୮ମ ଶ୍ରେଣୀର ଛାତ୍ର ଶ୍ରୀମାନ ହେମ୍ବ୍ରମ ପ୍ରଥମ ସ୍ଥାନ ଅଧିକାର କରିଥିଲେ I

ସେଥିପାଇଁ ସେ ରାଜ୍ୟ ସ୍ତରରେ ପୁରସ୍କୃତ ହେବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି I ମୁଖ୍ୟ ଅତିଥି ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ହାତରୁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି I ତାଙ୍କର ଏହି କୃତିତ୍ୱ ପାଇଁ ବିଦ୍ୟାଳୟର ଗୁରୁଜୀ / ଗୁରିମା, ଛାତ୍ରଛାତ୍ରୀ ତଥା ଅଭିଭାବକ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି I