Yb

ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ୱାଇ.ବି. ଖୁରାନିଆ

State

ଭୁବନେଶ୍ୱର: ବିଧିବଦ୍ଧ ଭାବେ ନୂତନ ପୋଲିସ ଡିଜି ଦାୟିତ୍ବ ଗ୍ରହଣ କଲେ ଯୋଗେଶ ବାହାଦୁର ଖୁରାନିଆ । ଆଜି ଅପରାହ୍ନ ସମୟରେ ସେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ସେ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ହେଉଛନ୍ତି ୱାଇ.ବି ଖୁରାନିଆ ।

ପ୍ରଥମେ ନବନିଯୁକ୍ତ ପୋଲିସ ଡିଜି ୱାଇ.ବି ଖୁରାନିଆ କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଗାର୍ଡ ଅଫ ଅନ୍‌ର ଦିଆଯାଇଥିଲା । ଏହା ପରେ ସେ ଅତିରିକ୍ତ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅରୁଣ ସଡଙ୍ଗୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୱାଇ.ବି ଖୁରାନିଆ କଟକ-ଭୁବନେଶ୍ୱର କମିଶନରେଟ ପୁଲିସର କମିଶନର ଭାବେ କାର୍ଯ୍ୟ କରିଥିଲେ । ଏପରିକି ସେ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଏବଂ ଗଞ୍ଜାମ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଥିଲେ ।

ଏହା ବ୍ୟତୀତ ସେ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ । ଓଡ଼ିଶା ପୋଲିସ ଡିଜି ଦାୟିତ୍ୱ ନେବା ପୂର୍ବରୁ ଖୁରାନିଆ ବିଏସ୍‌ଏଫର ସ୍ପେଶାଲ ଡିଜ ଭାବେ କାର୍ଯ୍ୟରତ ଥିଲେ ।