Tourist Bus Accident

ଟ୍ରକକୁ ପଛପଟୁ ଧକ୍‌କା ଦେଲା ତୀର୍ଥଯାତ୍ରୀ ବସ, ଡ୍ରାଇଭର ସମେତ ୩ ମୃତ ୨୦ ରୁ ଅଧିକ ଆହାତ

Crime State

ବାରିପଦା: ଆଜି ଭୋରରୁ ହାଇଦ୍ରାବାଦ ରୁ ଗୟା ଅଭିମୁଖେ ,ଯାଉଥିବା ଏକ ତିର୍ଥଯାତ୍ରୀ ବସ ମୟୁରଭଞ ଜିଲା ବେତନଟୀ ଥାନା ଅଧିନସ୍ଥ ବୁଢିଖମାରୀ ଠାରେ ଦୂର୍ଘଟଣାର ସମ୍‌ୁଖୀନ ହୋଇଅଛି । ଜାତୀୟ ରାଜପଥ ପାଶ୍ୱର୍ରେ ଛିଡା ହୋଇଥିବା ଏକ ଟ୍ରକ କୁ ପଛପଟୁ ଧକ୍କା ଦେଇଥିଲା ତୀର୍ଥଯାତ୍ରୀ ବସ ଟି ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଅଛି । କୋଡିଏ ରୁ ଉର୍ଦ୍ଧ୍ୱ ଆହାତ ହୋଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି । ଆହାତ ମାନଙ୍କ ମଧ୍ୟରେ ଛଅ ଜଣ ଗୁରୁତର ଆହାତ ହୋଇଛନ୍ତି । ସେମାନଙ୍କୁ ପୋଲିସ ଏବଂ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଉଦ୍ଧାରକରି ବାରିପଦା ପିଆରଏମ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଅଛି । ଦୂର୍ଘଟଣା ପରେ ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଅଛି । ପୋଲିସ ବସଟିକୁ ଜବତ କରି ଘଟଣାର ତଦନ୍ତ କରୁଅଛି । ପ୍ରଶାସନ ତରଫରୁ ମୃତକ ଙ୍କ ପରିବାର ବର୍ଗ ଙ୍କୁ ଖବର ଦିଆଯାଇଅଛି । ସେମାନଙ୍କ ପରିବାରବର୍ଗ ଏଠାରେ ପହଞ୍ଚିଲାପରେ ଶବ ବ୍ୟବଛେଦ କରାଯାଇ ହସ୍ତାନ୍ତର କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଅଛି ।