Img 20240713 Wa0294

ଲୟୋଲା ସ୍କୁଲରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

sports
ବାରିପଦା: ଶଙ୍ଖାଭଙ୍ଗା ସ୍ଥିତ ଲୟୋଲା ସ୍କୁଲ ପରିସରରେ ଜୋନାଲ ସ୍ତରୀୟ ଏଥଲେଟିକ ଓ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ସ୍କୁଲର ଅଧ୍ୟକ୍ଷ ଫାଦାର ଆଲେକ୍ସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ମୟୁରଭଞ୍ଜ ସମେତ ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରୁ ୮ଟି ସ୍କୁଲରୁ ମୋଟ ୨୯୨ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ପ୍ରତିଯୋଗୀ ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିବା ସହ ପାଠ ସହିତ ଖେଳକୁ ଗୁରୁତ୍ୱ ଦେବାପାଇଁ ଉତ୍ସାହିତ କରିଥିଲେ I ଏହି ପ୍ରତିଯୋଗିତାରେ ବାସ୍କେଟବଲ ଓ ୧୦୦ ଏବଂ ୨୦୦ ମିଟର ଦୌଡରେ ଲୟୋଲା ସ୍କୁଲ, ଶଙ୍ଖାଭଙ୍ଗା, ୪୦୦ ମିଟର ଦୌଡ଼ ଓ ରିଲେରେସରେ ସେଣ୍ଟ ମେରି, ବଡ଼ବିଲ, ୮୦୦ ମିଟର ଦୌଡ଼ ଓ ଫୁଟବଲ ଖେଳରେ ସେଣ୍ଟ ଏନିସ କନଭେଣ୍ଟ ସ୍କୁଲ, ବାରିପଦା ବିଜୟ ହାସଲ କରିଥିଲେ I ଶେଷରେ ସ୍କୁଲର କୋଷାଧ୍ୟକ ଫାଦାର ସୁଶୀଲ ସୁମନ ପ୍ରତିଯୋଗିତାର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I