Img 20240713 Wa0226

ଶିକ୍ଷକମାନଙ୍କ ପାଇଁ ମାର୍ଗଦର୍ଶୀକା ପ୍ରସ୍ତୁତି କାର୍ମଶାଳା ଅନୁଷ୍ଠିତ 

State
ବାରିପଦା : ବାରିପଦାସ୍ଥିତ ଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନ “ସାଧନା” ଓ “ସମଗ୍ର ଶିକ୍ଷା” ମୟୁରଭଞ୍ଜ ମିଳିତ ସହଯୋଗରେ ବାରିପଦାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୁରଭଞ୍ଜ ର ସମିଳନୀ କକ୍ଷରେ ଦୁଇ ଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଅଛି । ଉକ୍ତ କର୍ମଶାଳାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେ ତାଙ୍କ ଉଦବୋଧନରେ ସନ୍ଥକବି ଭୀମଭୋଇଙ୍କ ଉପରେ ସ୍ଵରଚିତ କବିତା ଆବୃତ୍ତି କରିବା ସହିତ ପ୍ରଶାସନ ତରଫରୁ ବିଦ୍ୟାଳୟରେ ପ୍ରକୃତ ଶିକ୍ଷା ଉପଯୋଗୀ ସୁଯୋଗ ସୃଷ୍ଟି କରିବା ପାଇଁ ମତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥିଭାବେ ଶିକ୍ଷା ପ୍ରତିଷ୍ଠାନର ଅଧକ୍ଷ ଶ୍ରୀ  ପ୍ରମୋଦ ଡାକୁଆ ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କୁ ଆନ୍ତରିକ ସ୍ନେହ ପ୍ରଦାନ କରି ଉପଯୁକ୍ତ ସୁଯୋଗ ସୃଷ୍ଟିକଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ମତ ରଖିଥିଲେ । ଶିକ୍ଷା ଅଧିକାର ଓ ଭିନ୍ନକ୍ଷମ ଅଧିକାର ଅଧିନିୟମକୁ ପାଥେୟ କରି ଭିନ୍ନକ୍ଷମ ପିଲାମାନଙ୍କର ସମନ୍ୱିତ ଶିକ୍ଷାର ଉନ୍ନତି ନିମନ୍ତେ ସାଧାରଣ ବିଦ୍ୟାଳୟର ପରିବେଶକୁ ସୁଗମ୍ୟ ତଥା ସୁନ୍ଦର କରିବା ପାଇଁ ଓ ପିଲାମାନଙ୍କ ସହିତ ମିଶି ଶିକ୍ଷା ଗ୍ରହଣ କରିବା ନିମନ୍ତେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ଅଛି । ସାଧନାର ନିର୍ଦେଶକ ଶ୍ରୀ ରଞ୍ଜିତ ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିବା ସହିତ ସମାଜରେ ଭିନ୍ନକ୍ଷମ ପିଲାମାନଙ୍କର ଶିକ୍ଷା ବ୍ୟବସ୍ଥାର ନିୟମମାନ ଉପସ୍ଥାପନ କରିଥିଲେ । ସମଗ୍ର ଶିକ୍ଷାର ସମନ୍ୱିତ ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ନାୟକଙ୍କ ଅଧକ୍ଷତାରେ ଉକ୍ତ କାର୍ମଶାଳା ଟି ପରିଚାଳିତ ହୋଇଥିଲା ଓ  ଜିଲ୍ଲାର ସମନ୍ୱିତ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ. । କର୍ମଶାଳାର ସଫଳ ରୂପାଯନ ଓ ଏହି ପ୍ରକ୍ରରିୟା ରେ ପ୍ରସ୍ତୁତ ମାର୍ଗଦର୍ଶୀକା ଟିକୁ ସମସ୍ତ ବିଦ୍ୟାଳୟରେ ପହଞ୍ଚାଇବା ପାଇଁ ଡି. ସି. ଡବ୍ଲୁ (Deaf Child Worldwide, UK)  ସମ୍ପୂର୍ଣ ସହଯୋଗ କରିଛନ୍ତି।  ଏହି କାର୍ମଶାଳା ରେ ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ, ଗୋଷ୍ଠୀ ଆଞ୍ଚଳିକ ସାଧନ କେନ୍ଦ୍ରର କର୍ମୀ, ଗୋଷ୍ଠୀ ସମ୍ବଳ ଶିକ୍ଷକ, ସ୍ଵତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଓ ସାଧନା ର କର୍ମୀମାନେ ଯୋଗ ଦେଇଥିଲେ l