Cong

ବିଧାୟକଙ୍କ ନିଲମ୍ବନ ବିରୋଧରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ସଦସ୍ୟ

State

ଭୁବନେଶ୍ୱର : ରାଜ୍ୟପାଳଙ୍କୁ ଭେଟିଲେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସର ବିଧାୟକ ଏଵଂ ବରିଷ୍ଠ କଂଗ୍ରେସ ନେତା । ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଆଇନଶୃଙ୍ଖଳା । ରାଜ୍ୟରେ ମହିଳା, ଛୋଟ ଝିଅମାନେ ଅସୁରକ୍ଷିତ, ମହିଳା ଓ ଛୋଟ ଝିଅମାନଙ୍କ ଉପରେ ନିର୍ଯ୍ୟାତନା ଓ ଗଣଦୁଷ୍କର୍ମ ବୃଦ୍ଧି ହେଉଥିଲେ ମଧ୍ୟ ସରକାର ନିରବ ।  ସେ ବାବଦରେ ହାଉସ କମିଟି ଗଠନ କରିବା ପାଇଁ ଦାବି କରିବାରୁ ବିଧାୟକମାନଙ୍କୁ ଗୃହ ଭିତରକୁ ଯିବାକୁ ଦିଆଯାଉନି । ସବୁ କଂଗ୍ରେସ ବିଧାୟକ ମାନଙ୍କୁ ନିଲମ୍ବନ କରାଯାଇଛି ।

ଏହା ଅଗଣତାନ୍ତ୍ରିକ, ସାଧାରଣ ଲୋକଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ବିଧାନସଭା ବାରଣ କରିବା ଏଵଂ ଆନ୍ଦୋଳନ କଲେ ପୋଲିସ ଲଗେଇ କଂଗ୍ରେସ ନେତା ଓ କର୍ମୀଙ୍କୁ ଆକ୍ରମଣ କରିବା । ଆନ୍ଦୋଳନକାରୀଙ୍କୁ ଲାଠିମାଡ, ପାଣିମାଡ ଓ ଲୁହବୁହା ଗ୍ୟାସ ପ୍ରୟୋଗ କଲେ ।  କିନ୍ତୁ ପୋଲିସ ପଥର ମାରିବା ଓ ଆନ୍ଦୋଳନକାରୀଙ୍କ ମୁଣ୍ଡ ଫଟାଇବା ଆଶ୍ଚର୍ଯ୍ୟ ଲାଗିଲା  । ପୋଲିସ ଲଗାଇ ସରକାର କଂଗ୍ରେସ ନେତାଙ୍କୁ ଦମନ କରିବାକୁ ଉଦ୍ୟମ କରୁଛନ୍ତି । ରାଜ୍ୟରେ ଦୀର୍ଘ ଦିନଧରି ମହିଳା କମିଶନ ଅଧ୍ୟକ୍ଷା ନଥିବାରୁ ତୁରନ୍ତ ଅଧକ୍ଷା ନିଯୁକ୍ତ ପାଇଁ ଜଣାଇଛୁ ।

ରାଜ୍ୟପାଳଙ୍କୁ ଏ ବାବଦରେ ଭେଟି ଜଣେଇଛୁ । ରାଜ୍ୟପାଳ କହିଛନ୍ତି ଅନୁଧ୍ୟାନ କରିବେ। ଆମର ବିଶ୍ବାସ ସେ ନ୍ୟାୟ ଦେବେ ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏବଂ ଲଢେଇ ଜାରି ରହିବ ବୋଲି ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ସେପଟେ ଆଜିର ଘଟଣା ବିଧାନସଭା ଆଗରେ ବିଧାୟକ ଧାରଣା ଦେବ ପ୍ରସଙ୍ଗରେ ବିଧାୟକ ତାରା ବାହିନୀପତି କହିଛନ୍ତି ଆମେ କାହା ଦୟାରେ ରାଜନୀତି କରୁନୁ । ଆମେ ଏ ବାବଦରେ ଆଜି ରାଜ୍ୟପାଳଙ୍କୁ ଭେଟିଛୁ । ରାଷ୍ଟ୍ରପତିଙ୍କୁ ଭେଟିବୁ ।