Photo For The News Of Mo Jami Mo Jangala Karmasala

ମୋ ଜଙ୍ଗଲ ଓ ଜମି କର୍ମଶାଳା

State

ଆଗରପଡ଼ା :ସୁସ୍ଥ ଜନ ସମାଜ ପାଇଁ ଜଙ୍ଗଲର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ୍ଣ ।ଏହାର ରକ୍ଷଣା ବେକ୍ଷଣ ଓ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସରକାର ନେଇଛନ୍ତି ପ୍ରଦକ୍ଷେପ । ଏହି ଅବସରରେ ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଜିଲା ବନ ସଂଯୋଜକ ଦୀଲ୍ଲିପ ନାୟକଙ୍କ ସହଯୋଗରେ ମୋ ଜଙ୍ଗଲ ଓ ଜମି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ବନ ସଂଯୋଜକ ଅରବିନ୍ଦ ରାଉତ, ବ୍ଲକ ମଙ୍ଗଳ ଉନ୍ନୟନ ଅଧିକାରୀ ନିଶାକର ଖୁଟିଆ, ପଂଚାୟତ ଊନ୍ନୟନ ଅଧିକାରୀ ସୁଚିସ୍ମିତା ବାରିକ,ସାମଜିକ ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ବର୍ତ୍ତମାନ ଜଳବାୟୂୁର ବ୍ୟାପକ ଅନିୟମିତତା ଓ ସୁସ୍ଥ ସମାଜ ପାଇଁ ନୁତନ ଜଙ୍ଗଲ ସୃଷ୍ଟି କରିବା ଓ ଏହାର ରକ୍ଷଣା ବେକ୍ଷଣ କରିବା ଦିଗରେ ଉଚିତ ପଦକ୍ଷେପ ନେବାକୁ ଆହ୍ୱାନ ହେଇଥିଲେ । ଏଥିରେ ବନ୍ତ ବ୍ଲକ ଅଧିନରେ ଥିବା ବିଭିନ୍ନ ବନ୍ୟକମିଟିର ୬୩ଜଣ ସଦସ୍ୟ ସଦସ୍ୟା ଯୋଗଦେଇଥିଲେ । ସେମାନଙ୍କୁ କିଟ ପ୍ରଦାନ ସହ ଏହାର ରକ୍ଷଣବେକ୍ଷଣ ଦିଗରେ ପଦକ୍ଷେପ ନେବାକୁ ଶପଥ ପାଠ କରାଯାଇଥିଲା ।