Sare

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ୧୬ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Crime State

ବାରିପଦା; ତା- ୧୨ –୭ – ୨୦୧୬ ମସିହା ରେ ମୟୁରଭଞ ଜିଲା ବଡସାହି ଥାନା ଅଞ୍ଚଳରେ ରେ ଜନୈକା ମହିଳା ଙ୍କ ସହିତ ହୋଇଥିବା ଦୁଷ୍କର୍ମ ସଂଙ୍କ୍ରାନ୍ତ ଏକ ମାମଲାର ଆଜି ବିଚାର କରି ଆଡ – ହକ ଅତିରିକ୍ତ ଜିଲା ଓ ଦୈାରାଜଜ ( ଏଫଟିଏସସି) ଆଣ୍ଡର ପକ୍ସୋ ଆକ୍ଟ ବିଚାରପତି ସନ୍ତୋଷ କୁମାର ନାଏକ ଅଭିଯୁକ୍ତ ମୟୁରଭଞ ଜିଲା ବଡସାହି ଥାନା ଅନ୍ତର୍ଗତ କେନ୍ଦୁଢିଆ ଗ୍ରାମର ସାନିଆ ଏଲିଏସ କମଳାକାନ୍ତ ବେହେରା (୪୧) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୭୬ ଆଇପିସି ଅନୁଯାୟୀ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଏବଂ ଦଫା ୩୬୬ ଅନୁଯାୟୀ ଛଅ ବର୍ଷ ସଶ୍ରମ କାରାଦଣ୍ଡ ସମେତ ପାଞ୍ଚ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି । ପିଡିତା ଙ୍କ ପକ୍ଷରୁ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ପିଡୀତା ଜଣେ ଦିନ ମଜୁରିଆ ଗରିବ ମହିଳା ଅଟନ୍ତି । ସବୁ ଦିନ କମା ଧନ୍ଦା ନପାଇ କୈାଣସି ମତେ ଗୁଜୁରସାଣ ମେଣ୍ଟାଇ ଥାଆନ୍ତି । ପିଡୀତା ଙ୍କୁ ମୀନା ସିଂ ନାମକ ଜଣେ ମହିଳା କହିଲେ ତାର ଜଣେ ଜଣାସୁଣା ଲୋକ ଅଛନ୍ତି ସିଏ କାମ ଯୋଗାଡ କରିଦେବେ ତାଙ୍କ ସହୁତ ଉକ୍ତ ଲୋକ ପାଖକୁ ଯିବାକୁ କହିଲେ । ପିଡୀତା ତାଙ୍କୁ କହିଲେ ସିଏ ଘର ଲୋକ ସହିତ କଥାବାର୍ତ୍ତା କରି କହିବେ ବୋଲି । ୧୪-୩-୨୦୧୬ ସନ୍ଧ୍ୟା ୬ ଟା ସମୟରେ ମିନା ସିଂ. ତାଙ୍କ ସ୍ୱାମୀ ନାଟୁ ସିଂ , ଅଭିଯୁକ୍ତ କମଳାକାନ୍ତ ବେହେରା ଏବଂ ମିନୁ ଗୋଛାୟତ ପିଡୀତା ଙ୍କ ଘରକୁ ଆସି ତାଙ୍କୁ ଏକ ଅଟୋ ଯୋଗେ ବାଲେଶ୍ୱର ନେଇ ଗଲେ । ସେଠାରୁ ମିନା ସିଂ. ତାଙ୍କ ସ୍ୱାମୀ ନାଟୁ ସିଂ ଫେରି ଆସିଲେ ।

ଅନ୍ୟ ଦୁଇ ଜଣ ପିଡୀତା ଙ୍କୁ କଟକ ନେଇ ଗଲେ । କଟକ ରୁ ମିନୁ ଗୋଛାୟତ ଫେରି ଆସିଲା । ସେଠାରୁ ଅଭିଯୁକ୍ତ କମଳାକାନ୍ତ ପିଡୀତା ଙ୍କୁ ଏକ ଘରେ ନେଇ ରଖି ତାଙ୍କ ଇଛା ବିରୋଦ୍ଧରେ ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିଲା । ୨୨-୩-୨୦୧୬ ରିଖ ଦିନ ପିଡୀତା କୈାଣସିମତେ ଫୋନରେ ତାର ସ୍ୱାମୀ ଙ୍କୁ ଏ କଥା ଜଣାଇଲା । ତାର ସ୍ୱାମୀ ୨୪-୩-୨୦୧୬ ରିଖ ଦିନ ପୋଲିସ ସହାୟତାରେ ତାଙ୍କୁ ସେଠାରୁ ଉଦ୍ଧାର କରି ଘରକୁ ନେଇ ଆସିଲେ । ଘରକୁ ଫେରିବା ପରେ ମଧ୍ୟ ଉକ୍ତ ଚାରି ଜଣ ଆସି ପିଡୀତା ଏବଂ ତାଙ୍କ ପରିବାରବର୍ଗ ଙ୍କୁ ଏ କଥା କାହାରି ଆଗରେ ପ୍ରକାଶ ନ କରିବାପାଇଁ ନାନାଦି ଧମକ ଚମକ ଦେଲେ । ଶେଷରେ ପିଡୀତା ଥାନାର ଦ୍ୱାରସ୍ଥ ହୋଇଥିଲେ । ଏ ବାବଦରେ ବଡସାହି ଥାନାରେ କେସ ନମ୍ବର ୪୫/୫-୪-୨୦୧୬ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ କୁ ୧୯-୭-୨୦୧୬ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ପରେ ଅଭିଯୁକ୍ତ କୁ ୧୪-୨-୨୦୧୭ ମାନ୍ୟବର ଅଦାଲତ ପକ୍ଷରୁ ଜାମିନ ପ୍ରଦାନ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୫ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସରେ ଅନ୍ୟତମ ଅଭିଯୁକ୍ତ ମିନୁ ଗୋଛାୟତ କୁ ଆବଶ୍ୟକୀୟ ସାକ୍ଷ୍ୟ ଏବଂ ପ୍ରମାଣପତ୍ର ଅଭାବରୁ ନିର୍ଦ୍ଧୋଶରେ ଖଲାସ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି ମନୋରଞନ ପଟ୍ଟନାୟକ ପରିଚାଳନା କରୁଥିଲେ ।