Img 20240708 Wa0232

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଗଡିଲା ରଥ : ମାଉସୀ ମା ମନ୍ଦୀରରେ ବଡ ଠାକୁର ବଳବଦ୍ର, ବଡଦାଣ୍ଡ ନାଭିକେନ୍ଦ୍ରରେ ଅଟକିଲେ ମା ସୁଭଦ୍ରା

State

ରଥ ଖଳାରେ ମହାପ୍ରଭୁ ଜଗନ୍ନାଥ

ବାରିପଦା ସୁଭଦ୍ରା ଙ୍କ ରଥ କୁ ମହିଳା ମାନେ ଟାଣିବାର ପ୍ରଥା କୁ ପୁରିଲା ପଚାସ ବର୍ଷ

ମହିଳା ଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଟାଣିଲେ ସୁଭଦ୍ରା ଙ୍କ ରଥ

 

ବାରିପଦା  :  ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ବାରିପଦା ରଥଯାତ୍ରାର ଆଜି ବଡ ଦାଣ୍ଡରେ ଗଡିଲା ରଥ ଚକ । ଆଜିକାର ପାଗଥିଲା ବେଶ ଅନୁକୂଳ । ଆକାଶ ଥିଲା ସାମାନ୍ୟ ମେଘାଛନ୍ନ । ଭକ୍ତ ଉକ୍ରଣ୍ଠାର ସହିତ ଅପେକ୍ଷା କରିଥିଲେ ଆଜିକାର ଏହି ଘୋଷଯାତ୍ରାକୁ । ଆଜି ବଡଦାଣ୍ଡ ପାଲଟିଥିଲା ଲୋକାରଣ୍ୟ । ଗତକାଲି ରବିବାର ତିନି ଦିଅଁଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ହୋଇ ରଥାରୂଢ ହୋଇଥିଲେ । ଦ୍ୱିତୀୟ ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ପହଣ୍ଡି ପର ଦୁଇ ଦିନ ଧରି ରଥଟଣା ହୋଇଥାଏ । ଆଜି ରଥଟଣା ପ୍ରଥମ ଦିନରେ ବଡ ଦାଣ୍ଡରେ ପ୍ରଥମେ ଗଡିଲା ବଡ ଠାକୁର ବଳଭଦ୍ର ଙ୍କ ତାଳଧ୍ୱଜ ରଥ । ପୂର୍ବରୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରୀତ ହୋଇଥିବା ରଥଟଣା ସମୟ ରୁ ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟକ୍ରମ । ବଡ ଠାକୁର ପ୍ରଭୁ ବଳଭଦ୍ରଙ୍କ ରଥକୁ ଭକ୍ତମାନେ ଅତି ଉତ୍କଣ୍ଠା ଓ ଆନନ୍ଦର ସହିତ ଟାଣୁଥିବାର ଦେଖିବାକୁ ମିଳିଥିଲା ।

Img 20240708 Wa0231

ଶଙ୍ଖ , ହୁଳୁହୁଳି , ଘଣ୍ଟ ଘଣ୍ଟା , ହରିବୋଲ , ସଂକୀର୍ତ୍ତନ , ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ବଡଦାଣ୍ଡ । ବଡ ଠାକୁର ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ ଭକ୍ତମାନଙ୍କ ଗହଣରେ ଆସି ପହଞ୍ଚି ଥିଲେ ମାଉସୀ ମା ମନ୍ଦିର ସମ୍ମୁଖରେ । ଏହାପରେ ମା ସୁଭଦ୍ରାଙ୍କ ଦର୍ପଦୋଳନ ରଥ ଟଣା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ପଚାସ ବର୍ଷରେ ରେ ପଦାର୍ପଣ କଲା ମା ସୁଭଦ୍ରା ଙ୍କ ରଥକୁ କେବଳ ମହିଳମାନେ ଟାଣିବାର ପ୍ରଥା କୁ । ମା ସୁଭଦ୍ରାଙ୍କ ଦର୍ପଦୋଳନ ରଥ ପୂର୍ବପ୍ରଥା ତଥା ପରମ୍ପରା ଅନୁଯାୟୀ କେବଳ ମହିଳାମାନେ ଟାଣିଥିଲେ । ଚଳିତ ବର୍ଷ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବାରିପଦା ରେ ମା ସୁଭଦ୍ରା ଙ୍କ ରଥ କୁ ମହିଳା ମାନଙ୍କ ଗହଣରେ ଟାଣୁଥିବାର ଦୃଶ୍ୟ ଆହୁରି ଆକର୍ଷଣୀୟ ଥିଲା । ପୂର୍ବ କାର୍ଯସୂଚୀ ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ବାରିପଦା ରେ ପହଞ୍ଚି ମହିଳା ମାନଙ୍କ ସହିତ ମା ସୁବଦ୍ରା ଙ୍କ ଋଥ ଟାଣିବାରେ ଯୋଗଦେଇଥିଲେ ।

ଭକ୍ତ ମାନଙ୍କ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ଙ୍କୁ ବଡଦାଣ୍ଡରେ ସ୍ୱାଗତ କରାଯାଇଥିଲା । ମା ସୁଭଦ୍ରା ଙ୍କ ରଥ ମା ସୁଭଦ୍ରା ଙ୍କ ରଥଟଣା ଦର୍ପଦୋଳନ ରଥ ବଡଦାଣ୍ଡର ନାଭିକେନ୍ଦ୍ର ତଥା ଟାଉନ ଥାନା ସମ୍ମୁଖରେ ସନ୍ଧ୍ୟା ପୂର୍ବରୁ ପହଞ୍ଚିବା ପରେ ଆଜିକାର ରଥଟଣା କାର୍ଯ୍ୟ ସମ୍ପୂନ୍ନ ହୋଇଥିଲା । ଆସନ୍ତା କାଲି ମଙ୍ଗଳବାର ରଥ ଟଣା ର ଦ୍ୱିତୀୟ ଦିବସରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରୀତ କରାଯାଇଥିବା ସମୟ ଅନୁଯାୟୀ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ମା ସୁଭଦ୍ରା ଙ୍କ ଦର୍ପଦୋଳନ ରଥ ମହିଳମାନ ଙ୍କ ଗହଣରେ ଆସି ପହଞ୍ଚିବ ମାଉସୀମା ମନ୍ଦିର ପାଖରେ । ପରେ ପରେ ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଭକ୍ତ ମାନଙ୍କ ଗହଣରେ ଆସି ପହଞ୍ଚିବ ମାଉସୀମା ମନ୍ଦିର ନିକଟରେ । ଆସନ୍ତକାଲି ତିନି ଠାକୁର ଙ୍କୁ ଭକ୍ତମାନେ ମାଉସୀମା ମନ୍ଦିର ନିକଟରେ ରଥ ଉପରେ ଦର୍ଶନ କରିବେ । ଦ୍ୱିତୀୟ ଶ୍ରୀକ୍ଷେତ୍ରର ଘୋଷଯାତ୍ରା ଏବଂ ଏପରି ଏକ ଭିନ୍ନ ପ୍ରକାର କେବଳ ମହିଳା ମାନଙ୍କ ଦ୍ୱାରା ମା ସୁଭଦ୍ରାଙ୍କ ରଥକୁ ଟାଣିବା ପାଇଁ ଖାଲି ବାରିପଦା ନୁହେଁ ସାରା ଜିଲା ତଥା ଜିଲା ବାହାରୁ ଏପରିକି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡରୁ ମଧ୍ୟ ଭକ୍ତ ମାନଙ୍କର ଭିଡ ଲାଗିଥିଲା ବଡଦାଣ୍ଡରେ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବଡଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ବଡଦାଣ୍ଡକୁ ସମ୍ପୂନ୍ନ ଭାବେ ସିସି କ୍ୟାମେରା ଦ୍ୱାରା ନିୟନ୍ତ୍ରଣ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଜିଲାପାଳ , ଉପ ଜିଲାପାଳ ତଥା ଦେବୋତ୍ତୋ ଅଧିକାରୀ , ଅତିରିକ୍ତ ଜିଲାପାଳ , ଆରକ୍ଷୀ ଅଧିକ୍ଷକ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ଏସଡିପିଓ , ଟାଉନ ଥାନା ଅଧିକାରୀ , ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରଥଟଣାକୁ ଶୃଙ୍ଖଳିତ ଭାବେ ସମ୍ପୂନ୍ନ କରିଥିଲେ । ଏହି ରଥଟଣାରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ , ବିଧାୟକ ବୃନ୍ଦ ପ୍ରମୁଖ ଙ୍କ ସମେତ ଅନ୍ୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ । ବଡଦାଣ୍ଡରେ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଧାରା ବିବରଣୀ ପ୍ରଦାନ କରାଯାଇଥିବା ବେଳେ ରଥ ଉପରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭାଗବତ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ ।
(ଫଟୋ)