Photo For The News Of Kuniratha

କୁନି ରଥରେ ତିନି ଦିଅ : ରଥକୁ ଟାଣିଲେ ମହିଳା

State

ଆଗରପଡ଼ା  : ବନ୍ତ ବ୍ଳକ ଛୟାଳସିଂ ପଂଚାୟତ ଅନ୍ତର୍ଗତ ଛୟାଳସିଂ ଗ୍ରାମରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଲୋଚ୍ୟର ବିଷୟ ଏହିକି ଏକ କୁନିରଥରେ ତିନି ଦିଅଁଙ୍କୁ ଦେଖିବାକୁ ମିଳିଥିଲା । ପ୍ରାରମ୍ଭରେ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ପରେ ତିନି ଠାକୁରଙ୍କୁ କୁନିରଥରେ ରଥାରୁଢ କରାଯାଇଥିଲା । ଜଗନ୍ନାଥଙ୍କ ମୂଖ୍ୟ ସେବକ ପଂଚାନନ ଜେନାଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପରେ ପୂଜକ ମାଧ ପଣ୍ଡାଙ୍କ ରଥରେ ପୂଜାର୍ଚ୍ଚନାପରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ରଥ କେବଳ ମହିଳାଙ୍କ ଦ୍ୱାରା ଟଣାଯାଇଥିଲା । ।

ଗ୍ରାମ ପରିକ୍ରମା ପରେ ସାଇନଗର ସ୍ଥିତ ମାଉସୀ ମା’ଙ୍କ ମନ୍ଦିରରେ ପହଂଚିଥିଲା ରଥ । ବିଷ୍ଣୁ ମୋହନ ଜେନା,ପ୍ରାଣବନ୍ଧୁ ଜେନା,ଗୌରହରି ଜେନା,ପ୍ରତାପ ଜେନା,କୁଳମଣୀ ନାୟକ,ମାନସ ଜେନା,କ୍ରିଷ୍ଣା ଜେନା,ସୁବତ୍ର ଜେନା,ଭାଗବତ ଜେନା,ସୂର୍ଯ୍ୟକାନ୍ତ ଜେନା,ସୁମତି ଜେନା,ଲିପିକା ଜେନା,ରେଖା ଜେନା,ଜୁଲି ଜେନା,ସଂଜୁଲତା ଜେନାଙ୍କ ସମତେ ଛୟାଳସିଂ ଗ୍ରାମର ସମସ୍ତ କର୍ମକର୍ତ୍ତା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।