ବ୍ରହ୍ମଗିରି : ଆଜି ଅପରାହ୍ନ ଦୁଇ ଘଟିକା ସମୟରେ ପୁରୀ ଜିଲ୍ଲା ସାତପଡ଼ା ମଝି ଚିଲିକାରେ ଏକ ଅଘଟଣ ଦେଖିବାକୁ ମିଳିଛି। ଚିଲିକା ମଝିରେ ଅଟକିଛି ଯାତ୍ରୀବାହି ଭସାପୋଲ । ଭସା ପୋଲଟି ସାତପଡା ନିକଟ ମଝି ଚିଲିକାରେ ଫସିରହିଛି ଏହି ଯାତ୍ରୀବାହି ଭସାପୋଲଟି ପ୍ରାୟ ଏକ ଘଣ୍ଟା ଧରି । ଏହି ଭସାପୋଲଟି ସାତପଡାରୁ ଅପରାହ୍ନ ଦୁଇ ଘଟିକା ସମୟରେ ଜହ୍ନିକୁଦା ଆଭିମୁଖେ ଯାତ୍ରା ଆରମ୍ଭ କରିଥିଲା । କିଛି ବାଟ ଯିବା ପରେ ଯନ୍ତ୍ରୀକ ତୃଟି ପାଇଁ ଅଧା ବାଟରେ ଫସି ଯାଇଛି । ପ୍ରାୟ ୧ ଘଣ୍ଟା ଧରି ଚିଲିକା ମଝିରେ ଫସିରହିଥିବା ଦେଖିବାକୁ ମିଳିଛି । ଭସାପୋଲରେ ଗୋଟିଏ ଯାତ୍ରୀ ବାହି ବସ୍ , ୨ଟି ୪ଚକିଆ ଯାନ, ୧୦ଟି ବାଇକି ସହ ୬୦ରୁ ଉର୍ଦ୍ଧ୍ଵ ଯାତ୍ରି ଥିବା ଦେଖିବାକୁ ମିଳିଛି।