Onn 3

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ୨୪ ଘଣ୍ଟିଆ ଓଟି ସେବା

State

ଭୁବନେଶ୍ୱର: ଏଣିକି ରାତିରେ ଗୁରୁତର ରୋଗୀ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଅପରେସନ ପାଇଁ ଆସିଲେ ଆଉ ଅନ୍ୟ ହସ୍ପିଟାଲକୁ ରେଫର ନହୋଇ ତାଙ୍କର କିଭଳି ଅପରେସନ ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯାଇଛି। ଏଣିକି ଅସହାୟ ରୋଗୀ ଓ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ୨୪ ଘଣ୍ଟା ଅସ୍ତ୍ରୋପଚାରର ସୁବିଧା ଯୋଗାଇ ଦେବାକୁ ଜରୁରୀକାଳୀନ ଅପରେସନ ଥିଏଟର (ଓଟି) ଏଣିକି ଦିନତମାମ ଖୋଲା ରହିବ ବୋଲି ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି।

ଅସହାୟ ରୋଗୀ ଓ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ୨୪ ଘଣ୍ଟା ଅସ୍ତ୍ରୋପଚାର ସୁବିଧା ଯୋଗାଇ ଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ଏଣିକି ଏହି ରୋଗୀଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ।

କ୍ୟାପିଟାଲ ହସ୍ପିଟାଲରେ ୨୪ ଘଣ୍ଟିଆ ଅସ୍ତ୍ରୋପଚାର ସୁବିଧା ପାଇଁ ସ୍ୱତନ୍ତ୍ର ଅପରେସନ୍ ଥିଏଟର ପ୍ରତିଷ୍ଠା କରାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ଏବେ ପ୍ରାୟ ୨୦୦ ଡାକ୍ତର ସେବା ଯୋଗାଉଛନ୍ତି। ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ତିନିଟି ସିଫ୍ଟରେ ନିୟୋଜିତ କରାଯାଇ ୨୪ ଘଣ୍ଟା ଅସ୍ତ୍ରୋପଚାର ସୁବିଧା ଯୋଗାଇ ଦିଆଯିବ।

କ୍ୟାପିଟାଲ ହସ୍ପିଟାଲରେ ଏଯାବତ ରାତିରେ ଅସ୍ତ୍ରୋପଚାର ପାଇଁ ସୁବିଧା ନଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିଲା। କିନ୍ତୁ ରୋଗୀଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ସ୍ବାସ୍ଥ୍ୟ ବିଭାଗ ୨୪ ଘଣ୍ଟିଆ ଓଟି ସେବା ଆରମ୍ଭ କରିଛି। ହସ୍ପିଟାଲ ପ୍ରଶାସନର ଏଭଲି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି।