Onn 3

ଓସା ପକ୍ଷରୁ ଆମରଣ ଅନଶନ ଚେତାବନୀ

State

ଆଗରପଡ଼ା(୨୮/୬) : ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା)ର ଭଦ୍ରକ ଶାଖା ପକ୍ଷରୁ ଡ଼େପୁଟେସନରେ ଥିବା ଭଦ୍ରକ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବଙ୍କ ୟୁଜିୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଆରତୀ ସାହୁ ୬ଦିନ ହେବ ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ସେ ବିଦ୍ୟାଳୟ ଛାଡ଼ି ଯାଉନଥିବାର କାରଣ କ’ଣ ଓ ଏଥିରେ କୌଣସି ଲାଂଚ କାରବାର ଭଦ୍ରକ ବିଇଓଙ୍କ କାର୍ଯ୍ୟାଳୟରେ ହୋଇଥିବା ପ୍ରଚାର ହେଉଥିବା ନେଇ କାର୍ଯ୍ୟାଳୟ ଚିଠି ନଂ ୧୮/୨୪ତା ୨୮.୦୬.୨୪ରେ ଜିଲ୍ଲାପାଳ, ଭଦ୍ରକ ଙ୍କୁ ଅବଗତ କରାଯିବା ସହ ଆଗାମୀ ୭ଦିନ ମଧ୍ୟରେ ଏଥି ନେଇ କୌଣସି ବିହୀତ ପଦକ୍ଷେପ ନିଆନଗଲେ ଆସନ୍ତା ୬.୭.୨୪ରିଖ ଦିବା ୧୦ଘଟିକା ଠାରୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଦ୍ରକ ଜିଳ୍ଲା ଶାଖା ପକ୍ଷରୁ ସଭାପତି ପ୍ରକାଶ ଜେନା, ସଂଯୋଜକ ବିପ୍ଲବ ହୋତାଙ୍କ ସମେତ ବିଶ୍ୱକେଶରୀ ମହାନ୍ତି, ବିକାଶ ଧଳ, ନରେନ୍ଦ୍ର ସାହୁ, ରବିନ୍ଦ୍ର ଦାସ, ପଂଚାନନ ବେହେରା, ପର୍ଶୁରାମ ଓଝା, ଚନ୍ଦ୍ରଶେଖର ରାଉତ ପ୍ରମୁଖ କର୍ମକର୍ତ୍ତା ଅନଶନରେ ବସିବାର ଚେତାବନୀ ଦେଇଥିବା ଜଣାପଡ଼ିଛି । ଏହାର ଏକକିତା ନକଲ ବିଇଓ, ଡ଼ିଇଓ, ସିଡ଼ିଏମଓ, ଭଦ୍ରକ ଓ ଆଇଆଇସି ପୁରୁଣାବଜାର ପଠାଯାଇଥିବା ଜଣାପଡ଼ିଛି ।