Onn 3

ଅଭିଯୋଗକୁ ୩ବର୍ଷ ପୂରିବା ପରେବି ଶୁଣିଲାନି ପ୍ରଶାସନ : ରାସ୍ତା ମରାମତି କଲେ ଗ୍ରାମବାସୀ 

State

ଆଗରପଡ଼ା,(୨୮/୬) : ରାସ୍ତା ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଠାରେ ଅଭିଯୋଗ ହେବା ପରେ ଗତ ବର୍ଷ ୨୦୨୧ ଜୁଲାଇ ମାସରେ ପଂଚାୟତ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ଆସି ସ୍ଥିତି ଆକଳନ କରି ଫେରିବା ପରେ ମଧ୍ୟ ଗ୍ରାମବାସୀମାନେ କୌଣସି ସୁଫଳ ନପାଇବାରୁ ଉକ୍ତ ସମସ୍ୟାକୁ ନେଇ ସେହି ବର୍ଷ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ, ବିଧାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ଇତି ମଧ୍ୟରେ ଅଭିଯୋଗକୁ ତିନିବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏଥିପ୍ରତି କେହିବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି ବିଭିନ୍ନ ସମୟରେ ଉକ୍ତ ସ୍ଥାନକୁ ଆସି କେବଳ ରାସ୍ତାକୁ ମାପଚୁପ କରି ନିର୍ମାଣର ପ୍ରତିଶୃତି ଦେଉଥିବା ଅଭିେଯୋଗ ହୋଇଆସୁଥିଲା । ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ସ୍ଥିତ ମଙ୍ଗୁଲି ଗାଁ ଅର୍ନ୍ତଗତ ପତିସାହି ଠାରେ ଏହିପରି ଖଟଣା ଦେଖିବାକୁ ମିଳିଥିଲା । ସ୍ୱାଧିନତାର ବହୁବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ନଜର ଆଡ଼ୁଆଳରେ ରହିଯାଇଛି ଏହି ସାହି । ଏହି ସାହି କୁ ଆଜିଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇନପାରିବା ବଡ ଦୁଃଖ ଓ ଅନୁତାପର ବିଷୟ ଅଟେ । ଭଲ ରାସ୍ତାଟିଏ ନଥିବାରୁ ଲୋକମାନେ ନାନାଦି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଅସରାଏ ବର୍ଷାରେ ବର୍ତ୍ତମାନ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମିରହି ଗମନାଗମନରେ ବାଧା ସୃଷ୍ଟି କରୁଛି । ଏଠାରେ ଶହେରୁ ଉର୍ଦ୍ଧ୍ୱଲୋକ ବସବାସ କରନ୍ତି । ରାସ୍ତା ଅବସ୍ଥା ଯୋଗୁଁ ଛୋଟ ଛୋଟ କୋମଳମତୀ ପିଲାମାନେ ଅଧ୍ୟୟନ କରିବାକୁ ସ୍କୁଲ,କଲେଜ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିବା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଲଖମାରେ ଭର୍ତ୍ତି ଏହି ରାସ୍ତାଟି ଅତି ସଂକୀର୍ଣ୍ଣ ଥିବାରୁ ସାଇକେଲଟିଏ ମଧ୍ୟ ସୁବିଧା ଭାବେ ଯାଆଆସ କରିପାରୁନାହିଁ ।

Photo2 For The News Of Patisahi Road(prasasana Sunilani)

ବର୍ଷାଋତୁରେ ଏହି ରାସ୍ତା ଦେଇ ଯିବା ଆଦୌ ସମ୍ଭବପର ହୋଇପାରୁନାହିଁ । ରାସ୍ତା ସାରା କାଦୁଅ ପଚପଚ ହୋଇଯିବା ଦ୍ୱାରା ଖାଲିପାଦରେ ଯିବା ମଧ୍ୟ ସମ୍ଭବପର ହୋଇପାରୁନାହିଁ । ରାତିରେ ଏହି ରାସ୍ତାରେ ଯିବା ଅର୍ଥ ମରଣକୁ ଡ଼ାକିବା । ଏହି ପରି ଅବସ୍ଥାରେ ଗାଁ ଲୋକମାନେ ଯାଆଆସ କରୁଛନ୍ତି । ସବୁ ସାହିକୁ କଂକ୍ରିଟ ରାସ୍ତା ହେଉଥିବା ବେଳେ ମଙ୍ଗୁଲି ଗାଁ ଅର୍ନ୍ତଗତ ପତି ସାହି ରାସ୍ତାରେ ମୋରମ ମୁଠାଏ ପଡ଼ିପାରୁନାହିଁ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ଗିରିଧାରୀ କର,ଚନ୍ଦନ ପତି,ବଳରାମ କର,ଜଗନ୍ନାଥ କର,ଗୌତମ ପତି,ଗାନ୍ଧୀ ପତି ପ୍ରମୁଖ ଗ୍ରାମବାସୀ ମିଶି ନିଜସ୍ୱ ଖର୍ଚ୍ଚରେ ରାସ୍ତା ମରାମତି କରିଛନ୍ତି । ପ୍ରଶାସନ ଆଗାମୀ ଦିନରେ ଏହି ରାସ୍ତା ପ୍ରତି ଦୃଷ୍ଟି ନ ଦେଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ପ୍ରକାଶ କରିଛନ୍ତି ।