Rewr

ଅଭିନୟ ନିଶାରେ ମସ୍‌ଗୁଲ ମାର୍ବଲ ମିସ୍ତ୍ରି

Religion and Cult State

ଆଗରପଡ଼ା :ପିଲାଟି ଦିନୁ ଭଲ କଳାକାର ଟିଏହେବା ପାଇଁ ମନରେ ବହୁ ଆଗ୍ରହ ଥିଲା । ହେଲେ ପରିସ୍ଥିତି ତାଙ୍କୁ ମାର୍ବଲ ମିସ୍ତ୍ରି ସଜାଇଲା । ତଥାପି ନିଜ ପିଲା ଦିନର ଆଗ୍ରହକୁ ସେ ଭୂଲି ନାହାନ୍ତି । ପରିବାର ପ୍ରତିପୋଷଣ ପାଇଁ ମାର୍ବଲ ମିସ୍ତ୍ରି ଭାବେ କାର୍ଯ୍ୟକରୁଥିବା ବେଳେ ମିଳୁଥିବା ସମୟକୁ ସେ ନିଜର କଳାରେ ନିୟୋଜିତ କରନ୍ତି । ଇନଷ୍ଟାଗ୍ରାମ ମାଧ୍ୟମରେ ନିଜ କଳାକୁ ପ୍ରଦର୍ଶନ କରି ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶସିଂତ ହୋଇଛନ୍ତି । ସେ ହେଉଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷଣ୍ଢ ଗ୍ରାମର ଭରଦ୍ୱାଜ ରାଉତ । ସେ ପେଶାରେ ଜଣେ ମାର୍ବଲ ମିସ୍ତ୍ରି ହୋଇଥିଲେ ମଧ୍ୟ ବାକି ସମୟକୁ କଳା କ୍ଷେତ୍ରରେ ନିୟୋଜିତ କରନ୍ତି । ପିତା ସ୍ୱର୍ଗତ ଉଦୟନାଥ ଉକ୍ତ ଅଂଚଳର ଜଣେ ଭଲ କଳାକାର ଥିଲେ । ପିତାଙ୍କ ପାଖରୁ କଳା କାର ହେବାର ପ୍ରେରଣା ପାଇ ଉକ୍ତ ପଥରେ ଆଗେଇବା ସହ ମଂଚ ଟିଏ ଖୋଲି ଥିଲେ ।

ଏହି ମଂଚ ମାଧ୍ୟମରେ କଳା କୁ ବଂଚାଇବାପାଇଁ ଉଦ୍ୟମ କରୁ ଥିବା ବେଳେ ଭାଗ୍ୟର ବିଡ଼ମ୍ବନା ଘଟିଲା । ପିତା ତାଙ୍କୁଛାଡ଼ି ଚାଲିଗଲେ ଆର ପାରିକୁ । ପିତାଙ୍କ ଦେହାନ୍ତ ପରେ ବିଧବା ମା ଓ ପରିବାର ବୋଝକୁ ନେଇ ସେ ବାଧ୍ୟହୋଇ ଜଣେ ମାର୍ବଲ ମିସ୍ତ୍ରି ଭାବେ ନିଜର ଜୀବନ ଆଉ ଜୀବିକା କୁ ନିର୍ବାହ କରିଥିଲେ । ପରିବାର ପ୍ରତିପେଷଣ ପାଇଁ ନିଜକୁ ଜଣେ ମାର୍ବଲ ମିସ୍ତ୍ରି ଭାବେ କାର୍ଯ୍ୟକରୁଥିଲେ ମଧ୍ୟ ନିଜ ଭିତରେ ଥିବା ଅପୂର୍ବ କଳା କୃତିକୁ କେବେବି ଭୁଲିପାରିନଥିଲେ । ନିଜ ଭିତରେ ଥିବା ପୁଂଜିଭୂତ କଳାକୃତିକୁ ପରିପ୍ରକାଶ ପାଇଁ ଉଦ୍ୟମ କରୁଥିବା ବେଳେ ଏବେ ତାଙ୍କୁ ଏକ ପ୍ଲାଟ ଫର୍ମ ମିଳିଛି । ତାହା ହୋଇଛି ଇନ୍‌ଷ୍ଟାଗ୍ରାମ । ଏହା ମାଧ୍ୟମରେ ତାଙ୍କ ଭିତରେ ଥିବା କଳାକୁ ବେଶ ସୁନ୍ଦରଭାବରେ ପ୍ରଦର୍ଶନ କରିଛନ୍ତି । ଏହି ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ୫୦୦ରୁ ଉର୍ଦ୍ଧ ଭୂମିକାରେ ଅଭିନୟ କରି ଦର୍ଶକମାନଙ୍କର ବେଶ ପ୍ରୀୟ ଭାଜନ ହୋଇଛନ୍ତି । ତାଙ୍କୁ ସୁଯୋଗ ମିଳିଲେ ସେ ଆହୁରି ଉଲଭାବେ ତାଙ୍କ କଳା ପ୍ରଦର୍ଶନ କରିପାରନ୍ତେ ବୋଲି କହିଛନ୍ତି ।