Accident 1 1

ମହାନଦୀ ସେତୁ ଭିତରକୁ ଛିଟିକି ପଡିଲା ଡିଜେଲ ବୋଝେଇ ଟ୍ରକ

State

ସୋନପୁର : ସୋନପୁର ମହାନଦୀ ସେତୁ ଉପରେ ଡିଜେଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଚାଳକ । ଗତକାଲି ବିଳମ୍ବିତ ରାତିରେ ଟିଟିଲାଗଡରୁ ସମ୍ବଲପୁରକୁ ଡିଜେଲ ବୋଝେଇ ଟ୍ରକ ଯାଉଥିବାବେଳେ ଟ୍ରକ ସମ୍ମୁଖ ଭାଗର ୨ଟି ଚକା ଫାଟି ଯାଇଥିଲା । ଫଳରେ ଟ୍ରକଟି ସେତୁର ଫୁଟପାତରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଟ୍ରକ ଚାଳକ ଧର୍ମୁ ମହାନନ୍ଦ ମହାନଦୀ ସେତୁ ଭିତରକୁ ଛିଟିକି ପଡିଥିଲେ । ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ଟ୍ରକ ଚାଳକୁ ଉଦ୍ଧାର କରିଥିଲେ । ସୋନପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।