Soroda 1

ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ

Crime State

ଗଞ୍ଜାମ : ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ ଗିରଫ। ଅମ୍ବିକା ଦାସକୁ ଗିରଫ କଲା ସୋରଡ଼ା ପୋଲିସ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । ଅମ୍ବିକା ଦାସ ନାଁରେ ଏକାଧିକ ସଙ୍ଗୀନ ମାମଲା ରହିଥିଲା । ସୋରଡ଼ା ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ନିକଟରୁ ଅମ୍ବିକାକୁ ପୋଲିସ ଉଠାଇ ନେଇଛି । ଗିରଫ ଅଭିଯୁକ୍ତ ଅମ୍ବିକା ଦାସ ପାଲକାଟୁ ଗାଁର । ଲୋକଙ୍କୁ ଉଷୁକାଇ ବିଭିନ୍ନ ସ୍ଥାନରେ ଦଙ୍ଗା କରାଇବା, ସରକାରୀ ଚାକିରିଆଙ୍କୁ କାର୍ଯ୍ୟରତ ସମୟରେ ଦୁର୍ବ୍ୟବହାର କରିବା, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ବ୍ୟବହାର କରିବା, ହତ୍ୟା ଅଭିଯୋଗ ଏବଂ ଦାଦା ବଟି ଆଦାୟ ଭଳି ବହୁ ସଙ୍ଗିନ ଅପରାଧିକ ମାମଲାରେ ଅଭିଯୁକ୍ତ ଅମ୍ବିକା ଦାସ ଜଡିତ ଥିଲା । ଗିରଫ ପରେ ତାଙ୍କୁ ଭଞ୍ଜନଗର କୋର୍ଟକୁ ଚାଲାଣ କରାଯାଇଛି ।