109709664

୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବେ ଶପଥ ଗ୍ରହଣ; ମିଳିବ ମା’ଙ୍କୁ ପେନସନ, ପିଲାଙ୍କୁ ବୃତ୍ତି

Politics State

ଜଳେଶ୍ବର: ଚାଲିଛି ଛକାପଞ୍ଝା । ବିରୋଧୀ ଶାସକଙ୍କ ନାଁ ନେଇ ଶାସକ ବିରୋଧୀଙ୍କ ନାଁ ନେଇ । ଉଠୁଛି ପଡୁଛି ପ୍ରଚାର ମଇଦାନ । ଆରୋପ, ପ୍ରତ୍ୟାରୋପ ଆଉ ପ୍ରତିଶ୍ରୁତି, ଏହାରି ଉପରେ ବିଭିନ୍ନ ଦଳ ଭୋଟ ଅପିଲ୍ କରୁଛନ୍ତି । ଏହି କ୍ରମରେ ଆଜି ଜଳେଶ୍ବରରେ ହୁଙ୍କାର ଭରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ଜଳେଶ୍ୱରରେ ବିଶାଳ ଜନସମୁଦ୍ର ଦେଖି ବିରୋଧିଙ୍କ ନିଦ ହଜିଯାଉଥିବ ବୋଲି କହିଛନ୍ତି ପାଣ୍ଡିଆନ ।

ଆହୁରି ମଧ୍ୟ ଜଳେଶ୍ବର ବିଧାୟକ ପ୍ରାର୍ଥୀ ଅଶ୍ବିନୀ କୁମାର ପାତ୍ରଙ୍କର ପ୍ରଶଂସା କରି ପାଣ୍ଡିଆନ କହିଛନ୍ତି, ଏଠିକାର ବିକାଶ ପାଇଁ ଅଶ୍ବିନୀ ବାବୁ କଠିନ ପରିଶ୍ରମ କରିଛନ୍ତି । ସୁବର୍ଣ୍ଣରେଖା ନଦୀରେ ଚରମରାଠାରେ ୧୨୫ କୋଟି ଟଙ୍କାରେ ସେତୁ କରାଯାଇଛି । ନଦୀ ବନ୍ଦରେ ପଥର ଖଞ୍ଜା ଯାଇଛି ।