Onn 3

କନ୍ଧମାଳ ଆଇଇଡି ବିସ୍ଫୋରଣ: ୨ ଏସଓଜି ଯବାନ ଗୁରୁତର

Crime State

 

Ambulance_1703407891 (1)

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣରେ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି)ର ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ଏହି ଘଟଣା ଘଟିଛି।

ଆଜି ସକାଳେ ନକ୍ସଲ ବିରୋଧୀ ଅପରେସନ୍ ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୨ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଉଦ୍ଧାର ପରେ ବାଲିଗୁଡ଼ା ଡାକ୍ତରଖାନାକୁ ପଠାଯାଇଥିଲା।

ଦୁଇ ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କ ଆଖିରେ ଆଘାତ ଲାଗିଥିବା ଜଣାପଡ଼ିଛି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍‌ସକୁ ପଠାଯିବା ନେଇ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

ଜଙ୍ଗଲରେ ମାଓବାଦୀଙ୍କର ଏକ ବଡ଼ ଗ୍ରୁପ୍ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।। ମାଓବାଦୀଙ୍କୁ ନିପାତ କରିବା ଲାଗି ଜୋରଦାର ଅପରେସନ ଜାରି ରହିଥିବା କନ୍ଧମାଳ ଏସ୍‌ପି ସୂଚନା ଦେଇଛନ୍ତି।

ବିସ୍ଫୋରଣ ପରେ ଯବାନଙ୍କ ପକ୍ଷରୁ ବ୍ୟାପକ କମ୍ବିଂ ଅପରେସନ୍ ଆରମ୍ଭ ହୋଇଛି। ଏହି ରିପୋର୍ଟ ଲେଖାଯିବା ବେଳକୁ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏବଂ ଯବାନମାନେ ବିଦ୍ରୋହୀଙ୍କ ବିରୋଧରେ ପ୍ରତିଆକ୍ରମଣ ଆରମ୍ଭ କରୁଛନ୍ତି।