Image 1716897658

ଆସାମ ଓ ମିଜୋରାମରେ ବାତ୍ୟା ରେମାଲ ପ୍ରଭାବ; ୨୪ ମୃତ, ୭ ନିଖୋଜ

National & International

ବାତ୍ୟା ରେମାଲ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲେ ମଧ୍ୟ ଏହାର ପ୍ରଭାବ ଆସାମ ଓ ମିଜୋରାମ ପଡିଛି। ବାତ୍ୟା ପ୍ରଭାବରେ ଲଗାଣ ବର୍ଷା କାରଣରୁ ଏହି ଦୁଇ ରାଜ୍ୟରେ ଜୀବନହାନୀ ସହ କ୍ଷୟକ୍ଷତି ଘଟିଛି।

ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ମିଜୋରାମ ଏବଂ ଆସାମରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ଓ ଗଛ ପଡ଼ି ଅତି କମରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି।

ମିଜୋରାମର ଆଇଜ୍ୱଲ ଜିଲ୍ଲାର ମେଲଥମର ଏକ ପଥର ଖଣିରୁ ୧୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ୭ ଜଣ ଏବେ ବି ନିଖୋଜ ଅଛନ୍ତି।

ମିଜୋରାମର ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ଭୂସ୍ଖଳନ କାରଣରୁ ତିନୋଟି ସ୍ଥାନରେ ହଲିମେନ(୩), ଫାଲକାଉନରେ(୨) ଏବଂ ସାଲେମ ଭେଙ୍ଗରେ(୨) ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ଆସାମରେ ସ୍କୁଲ୍ ବସ୍ ଉପରେ ଗଛ ପଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୧୭ ଜଣ ଆହତ ହୋଇଛନ୍ତି। ଏଥିସହ ଅନେକ ସ୍ଥାନରେ ବିଦ୍ୟୁତଖୁଣ୍ଟି ଉପୁଡ଼ିଯାଇଛି। ଓଡ଼ିଶା ଗସ୍ତରେ ଥିବା ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କୁ ସମସ୍ତ ପ୍ରକାର ସହାୟତା କରିବା ପାଇଁ ପ୍ରଶାସନ ଚେଷ୍ଟା କରୁଛି।