Image 2024 08 02t172142.025

ରାଜ୍ୟରେ ଆଳୁ ସମସ୍ୟା ନେଇ ବ୍ୟବସାୟୀ ସଙ୍ଘ ମାନଙ୍କ ସହ ଆଲୋଚନା କଲେ ଯୋଗାଣ ମନ୍ତ୍ରୀ

State

ଭଦ୍ରକ: ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭଦ୍ରକରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ମନ୍ତ୍ରୀ ଶ୍ରୀ ପାତ୍ର ବାରିପଦା ଯାଉଥିବା ଅବସରରେ ଭଦ୍ରକ ସର୍କିଟହାଉସ ଠାରେ ତାଙ୍କୁ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ମନ୍ତ୍ରୀ ଭଦ୍ରକ ସର୍କିଟ ହାଉସ ଠାରେ ରହି ଉପ-ଜିଲ୍ଲାପାଳ ଓ ଯୋଗାଣ ବିଭାଗ ଅଧିକାରୀ ଓ ରାଇସ ମିଲ ମାଲିକ ସଙ୍ଘ ଓ ବ୍ୟବସାୟୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

ରାଜ୍ୟରେ ଖାଉଟି କାର୍ଡ ହାତେଇଥିବା ଅଯୋଗ୍ୟ ହିତାଧିକାରୀ ମାନଙ୍କୁ କାଟିବା ଓ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଡିବା ଉପରେ ବିଶେଷ କରି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଓଡିଶାରେ ଆଳୁ କୁ ନେଇ ଯେଉଁ ସମସ୍ୟା ଲାଗି ରହିଛି ତାର ସମାଧାନ ଦିଗରେ ସରକାର ଗୁରୁତ୍ୱ ସହ ବ୍ୟବସାୟୀ ସଙ୍ଘ ମାନଙ୍କ ସହିତ ଆଲୋଚନା କରିଛନ୍ତି ।

ପଶ୍ଚିମବଙ୍ଗର ମନମୁଖୀ କାର୍ଯ୍ୟକୁ ରୋକିବା ପାଇଁ ଉତ୍ତରପ୍ରଦେଶରୁ ଆଳୁ ଅଣାଯାଉଛି । ତେବେ ଆଳୁ ଯେଉଁ ପରି ଅଧିକ ଉତ୍ପାଦନ ହେବ ଏବଂ ପନିପରିବା ସହିତ ଆଳୁ କିପରି ଶୀତଳ ଭଣ୍ଡାରରେ ଉତ୍ପାଦନ ସମୟରେ ରହି ପାରିବ ତାହା ଉପରେ ବିଚାର ବିମର୍ଶ ଚାଲିଛି । ତେଣୁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।