Col Mbj

DMF ର ସମସ୍ତ ଟଙ୍କା ଜିଲ୍ଲା ପ୍ରଶାସନ ଆକାଉଣ୍ଟକୁ ଫେରିଲା

State

ବାରିପଦା :  ତା ୧୮.୦୪.୨୦୨୪ ରିଖ ପତ୍ରାଙ୍କ ୧୬/୨୦୨୪-୨୫ ରେ ବ୍ୟାଙ୍କ ଅଫ ଇଣ୍ଡିଆ, ବାରିପଦା ଶାଖା ପକ୍ଷରୁ ଏକ ଚିଠି ଜିଲ୍ଲାପରିଷଦ କାର୍ଯ୍ୟାଳୟକୁ ଆସିଥିଲା ଯେଉଁଥିରେ, ଜିଲ୍ଲା ଖଣିଜ ଭିତ୍ତିଭୂମି (DMF) ପାଣ୍ଠିରୁ ୯,୫୬,୭୬,୬୦୦ ଟଙ୍କା ଉଠାଣର ପ୍ରକୃତତା ନିଶ୍ଚିତତା ଜଣାଇବାକୁ ବ୍ୟାଙ୍କ ଶାଖା ପରିଚାଳକ, ମୟୁରଭଞ୍ଜ ଜ଼ିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଏହି ପରିପ୍ରେକ୍ଷୀରେ, ଜିଲ୍ଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଏହି ଟଙ୍କା ଉଠାଣର କୌଣସି ଭାବରେ ଚେକ ଦ୍ୱାରା ନ ହେଇଥିବାର ସୂଚନା ଦେଇଥିଲେ ଏବଂ ଯେଉଁ ଚେକ ନମ୍ବରରେ ସେହି ଟଙ୍କା ଉଠି ଥିଲା ସେହି ଚେକ ନମ୍ବର ଏବଂ ଅରିଜିନାଲ ଚେକ ଜ଼ିଲ୍ଲା ପରିଷଦ କାର୍ଯ୍ୟାଳୟରେ ମହଜୁଦ ଥିବା ମଧ୍ୟ ସୂଚନା ଦେଇଥିଲେ। ଜିଲ୍ଲା ପ୍ରଶାସନ ଏହା ମଧ୍ୟ ସୂଚନା ଦେଇ ଥିଲେ ଯେ ୨୦୨୨ ପର ଠାରୁ କୌଣସି ଟଙ୍କା ଚେକ ମାଧ୍ୟମ ରେ ଯାଉ ନାହିଁ ତତସହିତ ଏହା ମଧ୍ୟ ସୂଚନା ଦିଅ ଯାଇଥିଲା ଯେ DMF ପାଣ୍ଠିରୁ ଯେ କୌଣସି ଟଙ୍କା ଯିବ ତାହା ଜିଲ୍ଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ, ଦୁହିଁଙ୍କ ମିଳିତ ଦସ୍ତଖତରେ ଯାଏ। କିନ୍ତୁ ବ୍ୟାଙ୍କ ଦେଖେଇଥିବା ଚେକରେ କେବଳ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ ହୋଇଥିବାର ଦେଖା ଯାଇଥିଲା।

ଏହି ପରିପ୍ରେକ୍ଷୀରେ ୧୯.୦୪. ୨୦୨୪ ରେ ଜିଲ୍ଲା ପରିଷଦ ପକ୍ଷରୁ ଏକ EOW ଠାରେ ଏକ କେସ ରୁଜ୍ଜୁ କରା ଯାଇଥିଲା। ୨୦ ତାରିଖ ଦିନ EOW ବାରିପଦା ପହଂଚି ଏହି ତଥ୍ୟକୁ ଯାଞ୍ଚ କରିଥିଲେ ଏବଂ ଏହା ଏକ Cheque Fraud ବା Clone Cheque ବୋଲି ରିପୋର୍ଟ ଦେଇଥିଲେ। ଜିଲ୍ଲାପାଳଙ୍କ ତତ୍କ୍ଷଣାତ ପଦକ୍ଷେପ ଏବଂ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନିର୍ଦେଶରେ ୧୮.୦୪.୨୪ ରେ ୩,୧୫,୭୪,୨୦୦ ଟଙ୍କା ଏବଂ ୧୯.୦୪.୨୦୨୪ ରେ ୧,୮୮,୩୨,୭୦୦ ଟଙ୍କା ପ୍ରକୃତ ଆକାଉଣ୍ଟ କୁ ଫେରି ଆସିଥିଲା। ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଆଗାମୀ ୩ ଦିନ ମଧ୍ୟରେ ସମସ୍ତ ଟଙ୍କା ଫେରାଇବାକୁ ତାଗିଦ କରି ଥିଲେ ।ଅନ୍ୟ ସମସ୍ତ ଟଙ୍କାର କାରବାରକୁ ନେଇ ୭ ଦିନ ମଧ୍ୟରେ ଫେରାଇବା ବୋଲି ବ୍ୟାଙ୍କ ପ୍ରତିଶୃତି ଦେଇଥିଲା । ତେଣୁ ଏହି ଟଙ୍କାର ବେଆଇନ କାରବାରର ପ୍ରକୃତ ଘଟଣାର ତଦନ୍ତ EOW କରୁଥିବା ବେଳେ ଜ଼ିଲ୍ଲା ପରିଷଦ ଚିଠି ନମ୍ବର ୩୫୫୦/୨୨.୦୪.୨୦୨୪ ରେ ବ୍ୟାଙ୍କକୁ ଅନ୍ୟ ସମସ୍ତ ଟଙ୍କା ଫେରାଇବା ପାଇଁ ନିର୍ଦେଶ ଦେଇଥିଲା । ବ୍ୟାଙ୍କ ଏହି ବଳକା ଟଙ୍କାକୁ ୨୫ ତାରିଖ ସୁଦ୍ଧା ଫେରାଇବା ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇ ଥିଲା। ଏବଂ ଚିଠି ନମ୍ବର ୧୯/୨୦୨୪-୨୫ ମାଧ୍ୟମରେ ୨୬ ତାରିଖ ଦିନ ବଳକା ୪,୫୨,୬୯,୭୦୦ ଟଙ୍କା ଜ଼ିଲ୍ଲାପରିଷଦକୁ ଫେରାଇଥିବା ସୂଚନା ପ୍ରାପ୍ତ ହୋଇଛି ଏଥି ସହିତ, EOW ମଧ୍ୟ ଏହି Cheque Fraud ବା Clone Cheque କରିଥିବା ଦୁର୍ବୁତ୍ତଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରା ଯାଇଛି ବୋଲି ସୂଚନା ମିଳିଛି । ଏହି Cheque Fraud ବା Clone Cheque ଦ୍ୱାରା ହୋଇଥିବା ବେଆଇନ କାରବାରରେ ଜିଲ୍ଲା ପ୍ରଶାସନର କୌଣସି ତ୍ରୁଟି ନଥିବା ଏବଂ ଏହି ପରିପ୍ରେକ୍ଷୀରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଥିବା କଥା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।