Image 1716700840

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷାଫଳ: ପାସ୍ ହାର ୯୬.୦୭ ପ୍ରତିଶତ

State

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଖୋର୍ଦ୍ଧା ଛାତ୍ରଛାତ୍ରୀ । ୯୭. ୯୮ ପ୍ରତିଶତ ରେକର୍ଡ କରି ସବୁଠୁ ଆଗରେ ରହିଛି ଖୋର୍ଦ୍ଧା । ପଛରେ ପଡିଯାଇଛି ନୂଆପଡା । ୯୩.୯୧ ପ୍ରତିଶତ ପାସ୍ ହାର ସହିତ ନୂଆପଡା ସର୍ବନିମ୍ନରେ ରହିଛି । ତେବେ  ୨ହଜାର ୬ଶହ ୪୪ଟି ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଛି । ଚଳିତ ବର୍ଷ କୌଣସି ବି ସ୍କୁଲରେ ଶୂନ ପ୍ରତିଶତ ରେଜଲ୍ଟ ହୋଇନାହିଁ ।

ସେହିପରି କଟକରେ ପାସ୍ ହାର ୯୭.୫୮ପ୍ରତିଶତ ରହିଥିବା ବେଳେ ଜଗତସିଂହପୁରରେ ୯୭.୬ ପ୍ରତିଶତ, କେନ୍ଦ୍ରାପଡ଼ାରେ ୯୫.୭୭ ପ୍ରତିଶତ, ଯାଜପୁରରେ ୯୫.୯୨ ପ୍ରତିଶତ, ଅନୁଗୋଳରେ ୯୬.୬୩ ପ୍ରତିଶତ, ଢେଙ୍କାନାଳରେ ୯୫.୧୨ ପ୍ରତିଶତ, ପୁରୀରେ ୯୬.୭୬ ପ୍ରତିଶତ, ନୟାଗଡ଼ରେ ୯୬.୨୩ ପ୍ରତିଶତ, ବାଲେଶ୍ୱରରେ ୯୬.୧ ପ୍ରତିଶତ ଓ ଭଦ୍ରକରେ ୯୬.୭୩ ପ୍ରତିଶତ, କେନ୍ଦୁଝରରେ ୯୪.୮ ପ୍ରତିଶତ, ମୟୂରଭଞ୍ଜରେ ୯୫.୭ ପ୍ରତିଶତ, ଗଜପତିରେ ୯୭.୦୮ ପ୍ରତିଶତ, ଗଞ୍ଜାମରେ ୯୭.୦୬ ପ୍ରତିଶତ, ବୌଦ୍ଧରେ ୯୫.୪୯ ପ୍ରତିଶତ, କନ୍ଧମାଳରେ ୯୬.୬ ପ୍ରତିଶତ, କଳାହାଣ୍ଡିରେ ୯୫.୮୬ ପ୍ରତିଶତ, ନୂଆପଡ଼ାରେ ୯୩.୯୧ ପ୍ରତିଶତ, ବରଗଡ଼ରେ ୯୭.୬୪ ପ୍ରତିଶତ, ସମ୍ବଲପୁରରେ ୯୬.୭୩ ପ୍ରତିଶତ, ଦେବଗଡ଼ରେ ୯୬.୭୧ ପ୍ରତିଶତ, ଝାରସୁଗୁଡ଼ାରେ ୯୭.୨୮ ପ୍ରତିଶତ, ବଲାଙ୍ଗିରରେ ୯୪.୩୯ ପ୍ରତିଶତ, ସୁବର୍ଣ୍ଣପୁରରେ ୯୭.୧୧ ପ୍ରତିଶତ, ସୁନ୍ଦରଗଡ଼ରେ ୯୭.୨୪ ପ୍ରତିଶତ, କୋରାପୁଟରେ ୯୪.୮୨ ପ୍ରତିଶତ, ମାଲକାନଗିରିରେ ୯୫.୦୪ ପ୍ରତିଶତ, ନବରଙ୍ଗପୁରରେ ୯୪.୮୮ ପ୍ରତିଶତ ଓ ରାୟଗଡ଼ାରେ ୯୬.୧୬ ପ୍ରତିଶତ ପାସ୍ ହାର ରହିଛି।

ଏହା ସହିତ ଚଳିତ ବର୍ଷ ମୋଟ୍ ପାସ୍ ହାର ୯୬.୦୭% ଥିବା ବେଳେ ଛାତ୍ରଙ୍କ ତୁଳନାରେ ଭଲ  ପ୍ରଦର୍ଶନ କରିଛନ୍ତି ଛାତ୍ରୀ। ଗତବର୍ଷ ପରି ଏଥର ମଧ୍ୟ ବାଜି ମାରିଛନ୍ତି ଭୁବନେଶ୍ବର, କଟକ ଓ ଜଗତସିଂହପୁରର ଛାତ୍ରଛାତ୍ରୀ । ତେବେ ଏହି ବର୍ଷ ମୋଟ୍ ୫,୪୧,୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫,୩୦,୧୫୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୩୯% ରହିଛି ।