Image

ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ରେମାଲ

National & International State

ବଙ୍ଗୋପସାଗରରେ ଭୟଙ୍କର ହେଉଛି ବାତ୍ୟା ‘ରେମାଲ ।  ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି ।  ପଶ୍ଚିମବଙ୍ଗର ସାଗର ଦ୍ବୀପରୁ ୨୭୦ କିମି ଦୂରରେ ରହିଛି ।  ମଧ୍ୟରାତି ସୁଦ୍ଧା ବାଂଲାଦେଶର ଖେପୁପରା ଓ ଏହା ନିକଟ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ।  ସେତେବେଳେ ବାତ୍ୟାର ପବନ ବେଗ ଥିବ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି । ଏହା ୧୩୫ କି.ମି ପର୍ଯ୍ୟନ୍ତ ରହିପାରେ । ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣାରେ ବାତ୍ୟା ପ୍ରଭାବ ଦେଖିବାକୁ ମିଳିବ । ଓଡ଼ିଶା ପ୍ରତି ବାତ୍ୟା ବିପଦ ନାହିଁ । କିନ୍ତୁ ଉପକୂଳ ଓଡ଼ିଶାରେ ପବନର ବେଗ ବଢିବ । ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।

ବାତ୍ୟା ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷାର ସମ୍ଭାବନ ରହିଛି ।  ଆଜି କାଲି ପାଇଁ ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି  । ସେହିପରି ଆସନ୍ତାକା ଲି ପାଇଁ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।  ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।