Onn 3

ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Politics State

ବାରିପଦା: ଆଜି ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ କର୍ମକର୍ତ୍ତା ତଥା ପଦାଧିକାରୀ ଯୋଗ ଦେଇ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ସୁଚିନ୍ତିତ ମତାମତ ରଖିଥିଲେ।ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ ଏକ ହୋଇ ସ୍ଥାନୀୟ ପ୍ରସଙ୍ଗ ,ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ସ୍ଵାସ୍ଥ୍ୟ ତଥା ଶିକ୍ଷା କ୍ଷେତ୍ରରେ ଅବହେଳା ପ୍ରସଙ୍ଗକୁ ଆଧାର କରି ଜନସାଧାରଣଙ୍କୁ ଅବଗତ କରାଯିବା ପ୍ରସ୍ତାବ ଗୃହୀତ ହୋଇଥିଲା।ଶିଳ୍ପବିହୀନ ଜିଲ୍ଲା ମୟୁରଭଞ୍ଜର ପରିସ୍ଥିତି ଅତ୍ୟନ୍ତ ସଙ୍କଟାପନ୍ନ।ନୂତନ ଶିଳ୍ପ ତ ଦୂରର କଥା ଜିଲ୍ଲାରେ ଥିବା ଶିଳ୍ପଗୁଡିକର ପୁନରୁଦ୍ଧାର ପାଇଁ ସରକାର ସମ୍ପୂର୍ଣ୍ଣ ଉଦାସୀନ।ରାସ୍ତାଘାଟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ।ରାଜ୍ୟ ସରକାରଙ୍କ ମିଥ୍ୟା ଯୋଜନା ଓ ଘୋଷଣାକୁ ଏହି ବୈଠକରେ ତୀବ୍ର ସମାଲୋଚନା କରାଯାଇ ଥିଲା।

ସ୍ଥାନୀୟ ସମସ୍ୟାକୁ ପ୍ରସଙ୍ଗ କରି କଂଗ୍ରେସ ସରକାରଙ୍କ ସମୟରେ ନେଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ଜିଲ୍ଲାର ପ୍ରତ୍ୟେକ ଟି ବ୍ଲକ ତଥା ପଂଚାୟତରେ ବାର୍ତା ପହଞ୍ଚାଇବା ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶରତ ପଟନାୟକଙ୍କ ଆହ୍ୱାନ କ୍ରମେ ସେପ୍ଟେମ୍ବର 25 ତାରିଖ ଠାରୁ ଅକ୍ଟବର 15 ତାରିଖ ପର୍ଯ୍ୟନ୍ତ କଂଗ୍ରେସ ନେତୃମଣ୍ଡଳୀ ବ୍ଲକ ତଥା ନଗର ସଭାପତି,ଓ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତାମାନେ ପଦଯାତ୍ରା କରି ପ୍ରଚାର ପତ୍ର ମାଧ୍ୟମରେ ପ୍ରତେକ ପରିବାର ପାଖକୁ ପହଞ୍ଚାଇବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କମିଟି ଗଠନ କରା ଗଲା।”ଘରେ ଘରେ କଂଗ୍ରେସ ଘରେ ଘରେ ହାତ”କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କ ପ୍ରକୃତ ଅଭାବ ଅସୁବିଧାର ନିକଟତର ହେବ କଂଗ୍ରେସ ଦଳ।ଏହି କାର୍ଯ୍ୟକାରଣୀରେ ପ୍ରଦେଶ କଂଗ୍ରେସ ଉପସଭାପତି ପୂର୍ବତନ ସାଂସଦ ନକୁଳ ନାଏକ,ରାଜ୍ୟ ସାଧାରଣ ସମ୍ପାଦିକା ସୁଶ୍ରୀ ଅର୍ଚନା ନନ୍ଦୀ ଯୋଗ ଦେଇ ସମସ୍ତ କଂଗ୍ରେସ କର୍ମକର୍ତ୍ତା ଏକ ମନ ଏକ ପ୍ରାଣ ହୋଇ ଲୋକଙ୍କ ଅସ୍ଥାଭାଜନ ହେବା ଦିଗରେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ,ପୂର୍ବତନ ଜିଲ୍ଲା ସଭାପତି ପ୍ରଦୀପ ରଥ,ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଜ୍ୟୋତିପ୍ରକାଶ ରଥ,ରାଜ୍ୟ ସମ୍ପାଦିକା ସୁନନ୍ଦା ସାହୁ,ଜିଲ୍ଲା ଉପସଭାପତି ଅରବିନ୍ଦ ଦାସ,ପିସିସି ସଦସ୍ୟ ରାକେଶ ସିଂ,ରାଜ୍ୟ ମିଡିଆ ସଂଯୋଜକ ସୁକୁମାର ପ୍ରଧାନ, ଜିଲ୍ଲା ମୁଖପାତ୍ର ଯୋଗେଶ ଅଗ୍ରୱାଲ,ଜିଲ୍ଲା ମହିଳା କଂଗ୍ରେସ ସଭାପତି ଶୁଶ୍ମିତା ଘୋଷାଲ,ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ମୋତିପ୍ରକାଶ ଦାସ,ଜିଲ୍ଲା ଏଲ ଡି ଏମ, ଚେୟାରମ୍ୟାନ ମହେନ୍ଦ୍ର ନାଏକ,ବାରିପଦା ଏଲ ଡି ଏମ ସଂଯୋଜକ ଶିବାନନ୍ଦ ଦାସ,ରଂଜିତା ହେମ୍ବ୍ରମ, ଜିଲ୍ଲା ସମ୍ପାଦକ ତାରକାନ୍ତ ବେହେରା,ଦୁର୍ଗାଟୁଡୁ,ନାରାୟଣ ପଟନାୟକ,ଇତିଶ୍ରୀ ମିଶ୍ର,ରଶ୍ମିତା ମିଶ୍ର,ଗୌରୀ ନାଏକ,ସରପଞ୍ଚ ଲମ୍ବାଦର ସିଂ,ବ୍ଲକ ସଭାପତି ଏସ କେ ମୁସ୍ତାଫା,କାଳିଚରଣ ଧୀର,କୁଶଧର ବେହେରା,ମନ୍ମଥ ପ୍ରଧାନ,ଅଜୟ ବେହେରା,ମୁରଲୀ ନାଏକ,ଚିତ୍ତରଞ୍ଜନ ବେହେରା,ଅଶୋକ ସେଠି,ସୁଶୀଲ ଭଞ୍ଜ,ପ୍ରମୋଦ ହେମ୍ବ୍ରମ,ସ୍ୱାଗନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।