Onn 3

ଉତ୍ତରଓଡିଶାର ସର୍ବବୃହତ ଗଣେଶ ପୂଜା ଏବଂ ମେଳା

Religion and Cult State

ପୂଜା ପାଇବେ ରୁଦ୍ରାକ୍ଷ୍ୟ ରେ ନିର୍ମିତ ୧୫ଫୁଟ ରୁ ଅଧିକ ଉଚ୍ଚ ଗଣେଶ

ବାରିପଦା: ବାରିପଦାରେ ପୂଜା ପାର୍ବଣ ବେଶ ଧୂମଧାମରେ ପାଳନ ହୋଇଥାଏ | ଠିକ ଯେମିତି ନୂତନ ସମ୍ଭାର ନେଇ ଆସୁଛି ଚଳିତ ବର୍ଷର ଗଣେଶ ଚତୁର୍ଥୀ| ବାରିପଦା ତୁଳସୀଚଉରା “ଫ୍ରେଣ୍ଡସ ୟୁନିଅନ”କ୍ଲବ ଆନୁକୂଲ୍ୟରେ ଏଥର ଉତ୍ତର ଓଡ଼ିଶାର ସର୍ବବୃହତ ଗଣେଶ ପୂଜା ଅନୁଷ୍ଠିତ ହେବାକୁ ଯାଉଅଛି| 50000 ରୁ ଉର୍ଦ୍ଧ ରୁଦ୍ରାକ୍ଷ୍ୟ ସାଙ୍ଗକୁ ଢୋଲ ବାଜା ରେ ନିର୍ମିତ 60 ଫୁଟ ରୁ ଉଚ୍ଚ ପେଣ୍ଡାଲ ରେ ପୂଜାପାଇବେ ବିଘ୍ନହର୍ତ୍ତା|

ତା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ଓ ଜାତୀୟ ସ୍ତରର ଡାନ୍ସ ପ୍ରତିଯୋଗିତାର ଆୟୋଜନ ପାଇଁ ପ୍ରସ୍ତୁତି ଶେଷ ପର୍ଯାୟ ରେ | ଆୟୋଜକ କମିଟି “ଫ୍ରେଣ୍ଡସ ୟୁନିଅନ”କ୍ଲବ ର ମୁଖ୍ୟ ପୁରଧା ସଭାପତି ସୌମ୍ୟରଞ୍ଜନ ମିଶ୍ର ଙ୍କ ନେତୃତ୍ୱ ରେ 16 ବର୍ଷ ଧରି ପୂଜା ହୋଇଆସୁଥିବା ବେଳେ ଏ ବର୍ଷ ପୂଜା 17ତମ ବର୍ଷ ରେ ପଦାର୍ପଣ କରିଛି|

ଧୂମଧାମ ପୂଜା ସହିତ ପ୍ରବଚକ ଜିତୁ ଦାସଙ୍କ ପ୍ରବଚନ ମୁଖ୍ୟ ଆକର୍ଷଣ ରହିବା ସାଙ୍ଗେ ସାଙ୍ଗେ ଓଡିଆ ସିନେ ଗାୟକ ବିଷ୍ଣୁମୋହନ କବି, ପ୍ରଭୁପଦ ମହାନ୍ତି, ଚିରାଗଦୀପ ପଣ୍ଡା ଏବଂ ଏସ. ଜିତୁ ଦ୍ଵାରା ମେଲୋଡି କାର୍ଯ୍ୟକ୍ରମ , ସୋନପୁର ରୁ ଆସୁଥିବା ମ୍ୟାଜିକ ଶୋ ସାଙ୍ଗକୁ ଜାତୀୟ ସ୍ତରର ଡ୍ୟାନ୍ସ ପ୍ରତିଯୋଗିତା ଏ ବର୍ଷ ପୂଜାକୁ ଆହୁରି ଆକର୍ଷଣ କରିବ |

ପୂଜା ଅବସରରେ 5 ଦିନ ଧରି ପ୍ରସାଦ ସେବନ ର ଆୟୋଜନ କରାଯାଇଛି | ତା ସାଙ୍ଗକୁ ଆମ ଜିଲ୍ଲା ଏବଂ ପଡୋଶୀ ଜିଲ୍ଲା ତଥା ପଶ୍ଚିମବଙ୍ଗ, ଛତିଶଗଡ, ଝାଡ଼ଖଣ୍ଡ ରୁ ଆସୁଥିବା ବହୁ ଦୋକାନୀ ଦ୍ଵାରା ମେଳା,ସୁସ୍ୱାଦୁ ଖାଦ୍ୟ ଏବଂ ଦୋଳି, ମିକି ମାଉସ ର ମଧ୍ୟ୍ୟ ମଜା ଦର୍ଶକ ମାନେ ନେଇ ପାରିବେ.. ଏହି ମେଳା 19 ତାରିଖରୁ ଆରମ୍ଭ ହୋଇ 29 ତାରିଖ ପର୍ଯନ୍ତ 11 ଦିନ ଧରି ଚାଲିବ |

ପୂଜାର ଅଧ୍ୟକ୍ଷ୍ୟ ରାକେଶ ବେହେରା, ସମ୍ପାଦକ ଦେବାଶିଷ ଦାଶ, କୋଷାଧ୍ୟକ୍ଷ୍ୟ ଶ୍ରୀକାନ୍ତ ବାରିକ ସାଙ୍ଗକୁ ପୂଜା କର୍ମକର୍ତ୍ତା ବୀରେନ୍ଦ୍ର ନାଥ,ରମାକାନ୍ତ ଥାଟୋଇ,ସନ୍ତୋଷ ଦାସ,ଦେବାଶିଷ ଲାଲ,ମନୋଜ ବାରିକ,ସୁଦର୍ଶନ ପାତ୍ର,ରବି ସିଂ,ବିଦ୍ୟାଧର ନାୟକ, ରତିକାନ୍ତ ଦାସ,ଚାନ୍ଦ ମୁଲ୍ଲା ,ପବିତ୍ର ଗିରି, ଶିବଶଙ୍କର ବେହେରା, ସୁବ୍ରଂଶୁ ଶେଖର ସାହୁ, ସୌମ୍ୟରଂଜନ ସାହୁ , ମନୋରଞ୍ଜନ ମୁଖି, ସନୋଜ ମହାପାତ୍ର,ସଂଜୀବ ମହାପାତ୍ର,ନିରୋଜ ସାହୁ, ସୌଭାଗ୍ୟ ଦେବାବୁ, ପ୍ରଦୀପ ବିନ୍ଧାଣି, ନିହାର ରଞ୍ଜନ ନାୟକ,ଭଗବାନ ବେହେରା, ପରମେଶ୍ୱର ସାହୁ, ରାହୁଲ ସିଂ, ବଣ୍ଟି ଭୀମ, ଛୋଟୁ ଓ ଅନ୍ୟ ସଦସ୍ୟ ଗଣ ପୂଜା ଓ ମେଳା କିଭଳି ଶାନ୍ତି ଶୃଙ୍ଖଳା ଭାବେ ପରିଚାଳନା ହେବ ସେଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି |