Onn 3

ଜିଲ୍ଲାର ୫ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

State

ବାରିପଦା : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୟୁରଭଞ୍ଜ ଜିଲ୍ଲାର 5 ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି I ଜାତୀୟ ଜୁନିୟର ଫୁଟବଲ ଚମ୍ପିୟାନସିପ (ବି ସି ରୟ ଟ୍ରଫି ) ରେ ଅଂଶ ଗ୍ରହଣ କରିଥିବା ବାରିପଦା ସ୍ପୋର୍ଟସ ହଷ୍ଟେଲର ବିଶାଳ ଟପୋ, ବାବୁଲି ନାୟକ, ସୁବ୍ରତ ଦାସ ଓ ଆଲୋକ ଦାସ ତଥା ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଚାନ୍ଦିନୀ ଖାତୁନଙ୍କୁ ପୁଷ୍ପଗୁଚ୍ଛ ଓ କିଟବ୍ୟାଗ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି I

ତତସହିତ ଫୁଟବଲ କୋଚ ତଥା ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ଓ ସନ୍ତରଣ କୋଚ ଅଜୟ ଦାସଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ସହ ସମ୍ପାଦକ ବୈଦ୍ୟନାଥ ରଥ ତଥା ଚାନ୍ଦିନୀର ପିତା ମାତା ପ୍ରମୁଖ ଉପସ୍ଥିତ ଥିଲେ I