Onn 3

୩ ଚାଇନିଜ ଠକ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି

Crime State

ଅନଲାଇନ୍ ପଞ୍ଜି ସ୍କାମରେ ଶହଶହ କୋଟି ଠକେଇ ମାମଲାରେ ଲୁକଆଉଟ୍ ସର୍କୁଲାର । ୩ ଚାଇନିଜ ଠକ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି । ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଲୁକ ଆଉଟ୍ ସର୍କୁଲାର ଜାରି ହୋଇଛି। ଏମାନେ ହେଲେ ଗୁଆନ ୱାହ ୱାଙ୍ଗର ସହଯୋଗୀ ।

ପୂର୍ବରୁ ଗୁଆନ ୱାହ ୱାଙ୍ଗ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି ହୋଇଥିଲା। ବେନାମୀ ଆକାଉଣ୍ଟରେ ବିଦେଶ ଯାଇଛି କୋଟି କୋଟି ଟଙ୍କା । ବେନାମୀ ଆକାଉଣ୍ଟରେ କ୍ରିପ୍ଟୋରେ ବ୍ୟବହାର କରାଯାଉଥିଲା । ୮୫ଟି ବ୍ୟାଙ୍କ ଆକାଉଣ୍ଟରେ ଠକେଇ ଟଙ୍କା କାରବାର ହୋଇଛି । ଏଥିପାଇଁ ୧୪ଟି ଫେକ୍ କମ୍ପାନୀ କାମ କରୁଥିଲେ ।