Onn 3

ତବ୍‌ଲିଗ୍ ନଗର ପ୍ରକଳ୍ପ ସ୍କୁଲରେ ପୋଷାକ ବିତରଣ

State

ନିଶ୍ଚିନ୍ତକୋଇଲି: ଜୟରାମପୁର ପଞ୍ଚାୟତ କାଜିହାଟ ଠାରେ ଥିବା ତବଲିଗ୍ ନଗର ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ସମଗ୍ର ଶିକ୍ଷା ଯୋଜନାରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରାଯାଇଛି ।

ପ୍ରଧାନଶିକ୍ଷକ ସେକ ଫଜଲୁର ରହେମାନ ଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ସରପଞ୍ଚ ପ୍ରତିନିଧି ଉପେନ୍ଦ୍ର କୁମାର ନାୟକ , ମୁଖ୍ୟବକ୍ତା ଭାବେ ସିଆରସିସି ସୁଶାନ୍ତ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ସଭାପତି ସେକ୍ ଅବୁ ତାଲିବ୍ , ହେଲାଲଉଦ୍ଦିନ୍ ଖାଁ , ୱାର୍ଡ଼ସଭ୍ୟ ରାଜିୟା ସୁଲତାନ, ଶିକ୍ଷକ ଜମିଲୁର ରହେମାନ୍‌, ସ୍ମୃତି ସାଗରିକା ପୃଷ୍ଟି , ମାସୁମା ଜବାର ରହେମାନ , ସାଏମା ବାନୁ ପ୍ରମୁଖ ଉପସ୍ଥିତ ରହି ପ୍ରତ୍ୟକ ଛାତ୍ର ଛାତ୍ରୀଙ୍କୁ ୨ହଳ ପୋଷାକ, ୨ହଳ ମୋଜା ଓ ୧ ହଳ ଜୋତା ବଣ୍ଟନ କରିଥିଲେ ।