Onn 3

ନୂତନ ଆଇଆଇସିଙ୍କ ଯୋଗଦାନ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଥାନାରେ ନୂତନ ଆଇଆଇସି ଭାବେ ଯୁଗଳକିଶୋର ଦାସ ଯୋଗଦାନ କରିଛନ୍ତି । ଏହାପୂର୍ବରୁ ସେ ଜଗତସିଂପୁର ତିର୍ତ୍ତୋଲ ଥାନାରେ ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ କାର୍ଯ୍ୟ କରି ବେଶ ପ୍ରଶଂସା ଅର୍ଜନ କରିଥିଲେ । ଏହି ଥାନାର ଆଇଆଇସି ଚିନ୍ମୟୀ ସାହୁଙ୍କର ଯାଜପୁର ଜିଲ୍ଲାକୁ ବଦଳି ହେବା ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଦାସ ଏହି ଥାନାର ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାଯାଇଛି ।

ଏହି ଥାନା ଅଞ୍ଚଳରେ ଲୋକମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସହିତ ଆଇନ ଶୃଙ୍ଖଳା କ୍ଷେତ୍ରରେ ବିଶେଷ ଧ୍ୟାନ ଦେଇ ଅଞ୍ଚଳକୁ ଶୃଙ୍ଖଳିତ କରିବାରେ ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।