ଚନ୍ଦ୍ରପଷ୍ଠେରେ ଚନ୍ଦ୍ରଯାନ-୩ ସଫଳ ଲ୍ୟାଣ୍ଡିଂ କରିବା ପରେ ପୁଣି ଥରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା ବିକ୍ରମ । ଏହା ମିଶନ ଲକ୍ଷ୍ୟ ସଫଳତାର ସହ ପୂରଣ କରିପାରିଛି। ସଫଳତାର ସହ ହପ୍ ପରୀକ୍ଷଣ କରିଛି। କମାଣ୍ଡ ମିଳିବା ପରେ ବିକ୍ରମ ଇଞ୍ଜିନ ଷ୍ଟାର୍ଟ କରି ଆଶାନୁରୂପ ଭାବେ ୪୦ ସେଣ୍ଟିମିଟର ଉପରକୁ ଉଠି ୩୦ରୁ ୪୦ ସେଣ୍ଟିମିଟର ଦୂରତାରେ ସୁରକ୍ଷିତ ଭାବରେ ଲ୍ୟାଣ୍ଡ କରିଥିଲା।
