Photo For The News Of Kabita Patha

କବିତା ପଠନ ଓ ପୁସ୍ତକ ଉନ୍ମୋଚନ ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଳକ ରାମଚନ୍ଦ୍ରପୁର ପଂଚାୟତ ଅନ୍ତର୍ଗତ ନିମପଡ଼ା ସ୍ଥିତ କପାଳୀ କ୍ଷେତ୍ର ଠାରେ ବୁଧବାର ଉତ୍କଳ କେଶରୀ ସାହିତ୍ୟ ସଂସଦ,ବନ୍ତ ଆନୁକୁଳ୍ୟରେ ଏକ କବିତା ପାଠ ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅକ୍ଷୟ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ସାହିତ୍ୟିକ ଶୁଭେନ୍ଦ୍‌ୁ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୁସ୍ତକ ସମୀକ୍ଷକ ଚତୁର୍ଭୁଜ ପହି ଓ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା,ଜଗନ୍ନାଥ ପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ସୁଲେଖକ ତଥା ସାହିତ୍ୟିକ ମନୋରଂଜନ ମହାନ୍ତିଙ୍କ ଲିଖିତ ପୁସ୍ତକ ‘ଗଣତନ୍ତ୍ର ଦର୍ଶନ’ଉନ୍ମୋଚନ ହୋଇଥିଲା । ପ୍ରଥମେ ଜଗନ୍ନାଥଙ୍କ ଦର୍ଶନ ପରେ ଅତିଥି ଭାନେ ସଭାରେ ଯୋଗଦେଇଥିଲେ । ରମାକାନ୍ତ ଜେନା ଅତିଥି ପରିଚୟ ଓ ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବାବାଜୀ ଚରଣ ଦଳାଇ,ଭାଗବତ ସାହୁ,ରମେଶ ଗାହାଣ,ଅରୁଣ ଜେନା,ଶିବ ନାରାୟଣ ବିଶ୍ୱାଳ,ସୈାମ୍ୟ ରଂଜନ ମହାନ୍ତି,ଶରତ ଚନ୍ଦ୍ର ଖିଲାର,ଗୟାଧର ଦାସ,ସୁକାନ୍ତ ବେହେରା,ସୁବୋଧ ସାହୁ,ଦାଶରଥି ଜେନାଙ୍କ ସମେତ ୫୦ରୁ ଉର୍ଦ୍ଧ କବି ଉପସ୍ଥିତ ରହି କବିତା ପଠନ କରିଥିଲେ ।