08modi 750x430

୨୯ରେ ପୁଣି ଓଡ଼ିଶା ଆସିବେ ମୋଦୀ, ୨୫ରେ ଆସିବେ ଶାହ

Politics State

ଭୁବନେଶ୍ୱର : ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଆସନ୍ତା ୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ଜନସଭାରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବିଜୟପାଲ ସିଂ ତୋମାରଙ୍କ ସୂଚନା ଦେଇଛନ୍ତି ।

ଗତ ୨୦ ତାରିଖରେ ଅନୁଗୁଳ ଓ କଟକରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ସକାଳେ ପୁରୀରେ ରୋଡ ସୋ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ମେ ୬ ତାରିଖ ଓ ୧୦ ତାରିଖରେ ଆସି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଆସନ୍ତା ୨୫ରେ ପୁଣି ଓଡ଼ିଶା ଆସୁଛନ୍ତି ଅମିତ ଶାହ । ବାରିପଦା, ଚାନ୍ଦବାଲି, କୋରେଇ ଓ ଜଗତସିଂହପୁରରେ କରିବେ ଜନସଭା ।