Onn 3

ଝାଡଖଣ୍ଡ ମୁକ୍ତି ମୋର୍ଛା କର୍ମୀ ସମ୍ମିଳନୀ ଅନୁଷ୍ଠିତ

Politics State

ବାରିପଦା: ସ୍ଥାନୀୟ ଛଉ ପଡିଆ ଠାରେ ଝାଡଖଣ୍ଡ ମୁକ୍ତି ମୋର୍ଛା ପୂର୍ବ ମୟୁରଭଞ ର ଚାରିଗୋଟି ବିଧାନସଭାର ଆଗଧାଡିର ସମସ୍ତ ସର୍କୀୟ କର୍ମୀ ଏବଂ ପଦାଧିକାରୀ ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ପୂର୍ବ ଜିଲା କମିଟିର ସଭାପତି ବାବୁଲାଲ ମୁର୍ମୁ ଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଉକ୍ତ କର୍ମୀ ସମ୍ମିଳନୀରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ କୁ ନେଇ ଆଲୋଚନା କରାଯିବା ସହିତ ଜିଲା କମିଟିକୁ ଅଧିକ ସୁଦୃଢ କରିବା ପାଇଁ କମିଟିକୁ ସଂପ୍ରସାରଣ କରାଯାଇଅଛି । ନୂତନ ଭାବେ ସଂପ୍ରସାରଣ କରାଯାଇଥିବା କମିଟିରେ ମୋରଡା ବ୍ଲକ ରୁ ଉପ ସଭାପତି ଭାଗିରଥି ମୁର୍ମୁ , ସହ ସଂପାଦକ ରବୀନ୍ଦ୍ର ମାର୍ଣ୍ଡି , ସଦସ୍ୟ ରାଜେଶ ମାର୍ଣ୍ଡି , ଗୁଆଧର ମାର୍ଣ୍ଡି , କୁଳିଅଣା ବ୍ଲକ ରୁ ଉପସଭାପତି ମୋହନ ସୋରେନ ସହ ସଂପାଦକ ନାଗା ହେମ୍ବ୍ରମ , ସଦସ୍ୟ ବିବେକାନନ୍ଦ ମହାନ୍ତ , ଦେବୀନାଥ ଟୁଡୁ , ବାଙ୍ଗିରିପୋଷି ବ୍ଲକ ରୁ ଉପସଭାପତି ଗଣେଶ୍ୱର ମୁର୍ମୁ , ସହ ସଂପାଦକ ମଧୁସୂଧନ ଟୁଡୁ , ସଦସ୍ୟ ମନୋଜ କୁମାର ମହାନ୍ତ , ରାମେଶ୍ୱର ସୋରେନ , ଲବ ହାଁସଦା , ଉଦୟ ବାସ୍କେ , ଥିମୁ ହେମ୍ବ୍ରମ , ଶାମାଖୁଣ୍ଟା ବ୍ଲକ ରୁ ଉପ ସଭାପତି ଠାକୁରା ସୋରାନ , ସହ ସଂପାଦକ କେଦାର ସିଂ . ଖୁଣ୍ଟା ବ୍ଲକ ରୁ ଉପ ସଭାପତି କାମରାଜ ସୋରେନ , ସହ ସଂପାଦକ ସଞୟ କିସ୍କୁ , ସଦସ୍ୟ ନବୀନ ସୋରେନ , ପଦ୍ମଲୋଚନ ହାଁସଦାଃ , ବୀରୁ ହଁସଦାଃ , ଶୁଳିଆପଦା ବ୍ଲକ ରୁ ଉପ ସଭାପତି ପ୍ରଭାତ କୁମାର ମହାନ୍ତ , ସହ ସଂପାଦକ ବାବଲୁ ସୋରେନ , ସଦସ୍ୟ ନରେନ୍ଦ୍ର ଥୟାଲ , ଚାବନ ମାର୍ଣ୍ଡି , ତପନ କୁମାର ସିଂ ପ୍ରମୁଖ ଙ୍କୁ ନୂତନ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଅଛି ।

ଅନୁଷ୍ଠିତ ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ପୁର୍ଥୁରାଜ ହାଁସଦାଃ , ସହ ସଂପାଦକ କିଶୋର ହାଁସଦାଃ , ରାଜ୍ୟ ଉପ ସଭାପତି ଦିଲୀପ ଦାସ , ରାଜ୍ୟ ମୁଖପାତ୍ର ଶିବାଜୀ ମଲିକ , ସକ୍ରୀୟ ସଦସ୍ୟ ସୁନାରାମ ସୋରେନ , ରାଇସେନ ମୁର୍ମୁ , ଦିବାକର ସୋରେନ , କାବୁ ମୁର୍ମୁ , ଦୀପକ ମହାନ୍ତ , ଧନଞୟ ମହାନ୍ତ , ମୋରଡା ବ୍ଲକ ସଭାପତି ଗୁଡ୍ରା ମାର୍ଣ୍ଡି , ବାଙ୍ଗିରିପୋଷି ବ୍ଲକ ସଭାପତି ଶ୍ୟାମ ସୁନ୍ଦର ମୁର୍ମୁ , ସଂପାଦକ ଶାମୁ ମୁର୍ମୁ , ପୁର୍ବ ମୟୁରଭଞ ଜିଲା ଯୁବ ସଭାପତି ଆକାଶ ସିଂ ପ୍ରମୁଖ ଙ୍କ ସମେତ ଶତାଧିକ କର୍ମିୀ ଉପସ୍ଥିତ ଥିଲେ ।