Onn 3

ବନ୍ତ ବ୍ଲକରେ କର୍ମଚାରୀ ମରୁଡ଼ି, ୨୫ ପଂଚାୟତକୁ ୭ଜେଇ ଓ ଜଣେ ବୈଷୟିକ ପରାମର୍ଶଦାତା

State

ଆଗରପଡ଼ା:ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରତି ପଂଚାାୟତରେ ଜଣେ ପିଇଓ ବା କାର୍ଯ୍ୟନିର୍ବାହୀ ଅଧିକାରୀ, ଜଣେ ଜିଆର୍‌ଏସ୍ ବା ଗ୍ରାମ୍ୟ ରୋଜଗାର ସେବକ ଏବଂ ଜଣେ କନିଷ୍ଠ ଯନ୍ତ୍ରୀ ରହିବାର ନିୟମ ରହିଛି କିନ୍ତୁ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯାହା ଫଳରେ ଉନ୍ନୟନ ମୂଳକ କାର୍ଯ୍ୟର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବ୍ଲକରେ ୨୫ଟି ଗ୍ରାମପଂଚାୟତ ପାଇଁ ବର୍ତ୍ତମାନ ୭ଜଣ କିନଷ୍ଠ ଯନ୍ତ୍ରୀ ଓ ଜଣେ ବୈଷୟିକ ପରାମର୍ଶ ଦାତା କାର୍ଯ୍ୟ କରୁଛନ୍ତି । ପଂଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଗତ ଅପ୍ରେଲ ମାସରା ଆଦେଶ ଅନୁଯାୟୀ କନିଷ୍ଠ ଯନ୍ତ୍ରୀ ସୁପ୍ରଭା ପ୍ରଧାନଙ୍କୁ ନିଳୋକ,ବସନ୍ତିଆ,ଗଣିଜାଙ୍ଗ ଓ ଓଡ଼ଙ୍ଗ,ଅମର ଜ୍ୟୋତି ଦିପକ କୁମାର ଜେନାଙ୍କୁ ଗୋବିନ୍ଦପୁର,ବନ୍ତ,ରାମକୃଷ୍ଣପୁର,ରାମପୁର,ଅନିରୁଦ୍ଧ ବିଶ୍ୱାଳଙ୍କୁ ତୋଡ଼ଗାଁ,କେନ୍ଦୁଆପଦା,ଛୟାଳସିଂହ,ପ୍ରଜ୍ଞା ମହାନ୍ତିଙ୍କୁ ସେଣ୍ଡତିରା, ଆଡ଼ିଆ, ପୁରୁଷଣ୍ଢ,ପ୍ରଦିପ ପରିଡ଼ାଙ୍କୁ କାଦବରାଙ୍ଗ, ବଡ଼ବର୍ଚ୍ଚିକୟାଁ, ରାମଚନ୍ଦ୍ରପୁର, ଅସିମା ନାୟକଙ୍କୁ ଅଣିଜୋ,ଚାରିଗାଁ, ବଡ଼ମହିଁଷଗୋଠ,ବିନୋଦିନୀ ଜେନାଙ୍କୁ ପଧାନପଡ଼ା,ଟିଲୋ ପଂଚାୟତର ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ବ୍ଲକର ଏକମାତ୍ର ବୈଷୟିକ ପରାମର୍ଶ ଦାତା ଜଗନ୍ନାଥ ବିଶ୍ୱାଳଙ୍କୁ ଗୋପିନାଥପୁର,ବିଟିପୁର ଓ ମହାନ୍ତିପଡ଼ା ଦାଇତ୍ୱ ପ୍ରଦାନ କରାଯାଇଛି । ତେଣୁ ୭ଜଣ କନିଷ୍ଠ ଯନ୍ତ୍ରୀ ୨୨ଟି ପଂଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କିପରି କରୁଥିବେ ତାହା ସହଜରେ ଅନୁମେୟ ।

ଅପରପକ୍ଷରେ ବ୍ଲକରେ ଜଣେ ବୈଷୟିକ ପରାମର୍ଶ ଦାତା ନିଯୁକ୍ତି ପାଇଥିବା ବେଳେ ତାଙ୍କୁ ୩ଗୋଟି ପଂଚାୟତର ଦାଇତ୍ୱ ଦିଆଯିବା ବ୍ଲକ ଉନ୍ନୟନ ଅଧିକାରୀଙ୍କ ଆଦେଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲେ ସୁଦ୍ଧା ଆଦେଶରେ କୌଣସି ପରିବର୍ତ୍ତନ କରାଯାଉନଥିବାରୁ ବହୁ ପଂଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ମଂଜୁର ଅର୍ଥର ବିନିଯୋଗ ଠିକ୍ ଭାବେ ହୋଇପାରୁନାହିଁ । । ସୂଚନା ଅନୁଯାୟୀ;ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ ଯେତୋଟି ବିଦ୍ୟାଳୟ ଅଛି ଉକ୍ତ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାଇତ୍ୱ,ନୂତନ ବିଦ୍ୟାଳୟ ନିର୍ମାଣ,ବିଦ୍ୟାଳୟ ମରାମତି ଏହିପରି ବିଦ୍ୟାଳୟର ଅନେକ କାର୍ଯ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଅଧିନରେ ହେବ । ତେଣୁ ଉକ୍ତ କାର୍ଯ୍ୟର ତଦାରଖ ଦାଇତ୍ୱ ବୈଷୟିକ ପରାମର୍ଶ ଦାତାଙ୍କର ଅଟେ । ତେଣୁ ତାଙ୍କର ୨୫ଗୋଟି ପଂଚାୟତର ଦାଇତ୍ୱ ଥିବାବେଳେ ତାଙ୍କୁ ୩ଗୋଟି ପଂଚାୟତରେ ସୀମିତ ରଖାଯାଇଛି ଯଦ୍ୱାରା ବହୁ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାଇତ୍ୱ ସୂଚାରୁ ରୂପେ ପ୍ରତିପାଦନ ହୋଇନପାରି ପରିତ୍ୟକ୍ତ ଗୃହ ପିଲାଙ୍କ ଜିବନ ପ୍ରତି ବିପଦ ସୃଷ୍ଟି କରୁଛି । ସେହିପରି ବ୍ଲକରେ ୧୨ ଜଣ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୧୨ ଜଣ ଗ୍ରାମ୍ୟ ରୋଜଗାର ସେବକ ଅଛନ୍ତି । ଜଣେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗ୍ରାମ୍ୟ ରୋଜଗାର ସେବକ ଏକାଧିକ ଗ୍ରାମପଂଚାୟତର ଦାୟିତ୍ୱରେ ରହୁଥିବାରୁ ସରକାରୀ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁ ନଥିବା ବେଳେ ହିତାଧିକାରୀମାନେ ଠିକ୍ ସେବା ପାଇପାରୁ ନାହାନ୍ତି । ବ୍ଲକ ଅଫିସର ଆବଶ୍ୟକୀୟ କିରାଣୀ ନଥିବାରୁ ବିଭିନ୍ନ କାର୍ଯ୍ୟ ତ୍ୱରାନ୍ନିତ ହୋଇପାରୁ ନାହିଁ । ବ୍ଲକରେ କୈାଣସି ସ୍ଥାୟୀ ପିଅନ ନ ଥିବାରୁ ଦିନ ମଜୁରିଆ ହିସାବରେ ଜଣେ ଅସ୍ଥାୟୀ କର୍ମଚାରୀ ରାତ୍ରୀ ଜଗୁଆଳୀ କାର୍ଯ୍ୟ ସଂପର୍ଣ୍ଣ କରିବା ସହ ଏହି କାର୍ଯ୍ୟ ତୁଲାଉଛନ୍ତି । ତେଣୁ ସରକାରଙ୍କ ତରଫରୁ ବ୍ଲକରେ ଆବଶ୍ୟକ ମୁତାବକ କର୍ମଚାରୀ ମୂତୟନ କରାଯାଇ ପାରୁ ନଥିବାରୁ ଏହାର ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ ହୋଇପାରୁନାହିଁ । ଏହି ସବୁ ସମସ୍ୟାର ସମାଧାନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସୁଚାରୁ ରୂପେ ପରିଚାଳନା କିପରି ହୋଇପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ବେବାକୁ ପଂଚାୟତବାସୀ ଦାବି କରିଛନ୍ତି ।