Khal

ଖଲ୍ଲିକୋଟ ହିଂସାକୁ ନେଇ ୧୪୪ ଲାଗୁ, କାର୍ଯ୍ୟରେ ଅବହେଳା ପାଇଁ ୪ ପୋଲିସ କର୍ମଚାରୀଙ୍କୁ ବଦଳି

Crime State

ବ୍ରହ୍ମପୁର: ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଜଣଙ୍କୁ ଗିରଫ କଲା ପୋଲିସ। ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କର୍ମୀଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ପରିବାର ଲୋକଙ୍କ ସହ ଥାନା ଘେରାଉ କରିଛି ବିଜେପି। ଥାନା ଆଗରେ ଉତ୍ତେଜନା ପରେ ୧୪୪ ଲାଗୁ ହେଲା। ଥାନା ଠାରୁ ଶହେ ମିଟର ପରିଧି ମଧ୍ୟରେ କଟକଣା ଜାରି ହୋଇଛି।

ସେହିପରି ରାଜନୈତିକ ହିଂସା ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ପୋଲିସ କର୍ମଚାରୀଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ହିଂସାକାଣ୍ଡ ଘଟଣାର ତଦନ୍ତ ଜାରି ରହିଛି। ଯଦି ଅନ୍ୟ କେହି ଅଭିଯୁକ୍ତ ଏହି ଘଟଣାରେ ସଂପୃକ୍ତ ଥିଲେ ତାଙ୍କୁ ମଧ୍ୟ ଗରିଫ କରାଯିବ ବୋଲି ଏସପି କହିଛନ୍ତି।

ଅନ୍ୟପଟେ ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଗାଁ ଲୋକେ ଉତ୍ତେଜିତ ହୋଇ ଘେରାଉ କରିଛନ୍ତି । ପୋଲିସ୍ ଗାଡି ଉପରକୁ ସେମାନେ ବୋତଲ ଏବଂ ଢେଲା ମାଡ କରିଛନ୍ତି । ଏହି ମାଡରେ ପୋଲିସ୍ ଭ୍ୟାନର କାଚ ଭାଙ୍ଗି ଯାଇଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ ଲାଠି ଚାର୍ଜ କରିଛି । ଗତକାଲି ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଫଳରେ ଉଭୟ ପକ୍ଷର ୭ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି ।