Wh

ପାକିସ୍ତାନରୁ ଆସୁଛି +୯୨ ନମ୍ବରରୁ ହ୍ୱାଟ୍ସଆପ୍ କଲ୍, ପୋଲିସ୍ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ

Crime State

ହ୍ୱାଟ୍ସଆପ୍ (WhatsApp) କଲ୍ ରିସିଭ କରୁଥିଲେ ହୋଇଯାଆନ୍ତୁ ସାବଧାନ ! +92 ନମ୍ବର ଥିବା ହ୍ୱାଟ୍ସଆପ୍  କଲ୍ ଠାରୁ ଦୂରେଇ ରୁହିବାକୁ ଓଡ଼ିଶା ପୋଲିସର ପରାମର୍ଶ। ପାକିସ୍ତାନ ନମ୍ବରରୁ ଆସୁଛି ହ୍ୱାଟ୍ସଆପ୍  କଲ୍। ଏହି କଲରୁ ଦୂରେଇ ରହିବାକୁ ସାଇବର ପୋଲିସ ପକ୍ଷରୁ କୁହାଯାଉଛି ।

ଏପଟେ ଟଙ୍କା ଆଦାୟ କରିବା ପାଇଁ ଅପରାଧୀ ହ୍ୱାଟ୍ସଆପ୍  କଲ୍ କରିବା ସହ ପୋଲିସ୍ ଅଧିକାରୀଙ୍କ ଫଟୋ ବ୍ୟବହାର କରୁଥିବା ଜଣାପଡିଛି । ପ୍ରିୟଜନଙ୍କ ନାମରେ ଗୁରୁତର ଅପରାଧର ମିଥ୍ୟା ଅଭିଯୋଗ କରି, ଟଙ୍କା ଲୁଟିବା ପାଇଁ ନୂତନ କୌଶଳ ବ୍ୟବହାର କରୁଛନ୍ତି । ସତର୍କ ଓ ସଜାଗ ରୁହିବାକୁ ଓଡ଼ିଶା ପୋଲିସ୍ ପରାମର୍ଶ ଦେଇଛି ।

ତେବେ ଆଜିର ଯୁଗରେ ହ୍ୱାଟ୍ସଆପ୍  କଲିଂ ଏକ ସାଧାରଣ କଥା ହୋଇଯାଇଥିବାବେଳେ, ହ୍ୱାଟ୍ସଆପ୍  ରେ ଚାଟିଂ କରିବା ସହିତ ଏଥିରେ ଉଭୟ ଭିଡିଓ ଓ ଅଡିଓ କଲ୍‌ କରିବାକୁ ପସନ୍ଦ କରିଥାନ୍ତି ପ୍ରାୟତଃ ଲୋକ । କିନ୍ତୁ ଆଜିକାଲି ଏହି ହ୍ୱାଟ୍ସଆପ୍  କଲିଂ ବିପଦ ନେଇ ଆସୁଛି । ଆପଣ ଜାଣନ୍ତି କି ଏହି କଲ୍‌ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିପାରେ। ଆଜ୍ଞା ହଁ, ଏହା ଆମେ ନୁହେଁ ବରଂ ଓଡ଼ିଶା ପୋଲିସ୍ ପକ୍ଷରୁ କୁହାଯାଇଛି । ଏଥିସହ ଲୋକଙ୍କୁ ଏହି ପ୍ରସଙ୍ଗରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ବାସ୍ତବରେ ପରାମର୍ଶ ଦିଆଯାଇଛି ଯେ, ହ୍ୱାଟ୍ସଆପ୍ ରେ କଲ୍ ରିସିଭ ନକରିବାକୁ । +92 ନମ୍ବର ଥିବା ହ୍ୱାଟ୍ସଆପ୍ କଲ୍ ଠାରୁ ଶହେ ହାତ ଦୁରରେ ରହିବାକୁ ଚେତାବନୀ ଦିଆଯାଇଛି । ତେବେ ଏହି +92 ନମ୍ବର ଆଉ କେଉଁଠୁ ନୁହେଁ ବରଂ ପାକିସ୍ତାନରୁ ଆସୁଛି ।

ଆଜିର ଦିନରେ କଲ୍‌ କରି ଠକେଇ ଏକ ସାଧାରଣ କଥା ହୋଇଗଲାଣି । ଏହି ପ୍ରକାର ଠକେଇରେ ଲୋକଙ୍କୁ ହ୍ୱାଟ୍ସଆପ୍ ଭଳି ପ୍ଲାଟଫର୍ମରେ କଲ୍‌ କରାଯାଏ । ଏହି କଲ୍‌ ମୋଟ ଚାରି ପ୍ରକାର ଅଛି । ଏହି ପ୍ରକାର ଠକେଇରେ, ସ୍କାମର୍ସମାନେ ଆପଣଙ୍କର ଅଜାଣତାରେ ଆପଣଙ୍କର ଭିଡିଓ ଓ ଅଡିଓ କଲ୍‌ ରେକର୍ଡ କରନ୍ତି ଏବଂ ତାପରେ ଭିଡିଓ ଲିକ୍‌ କରିବାକୁ ଧମକ ଦିଅନ୍ତି । ଖାଲି ସେତିକି ନୁହେଁ ନିଜର ପ୍ରିୟଜନଙ୍କ ନାମରେ ବିଭିନ୍ନ ଅପରାଧ ମାମଲା ଥିବା ନେଇ ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟିବାର ନୂତନ କୌଶଳ ଆପଣାନ୍ତି ।

ତେଣୁ ଏହିଭଳି ହ୍ୱାଟ୍ସଆପ୍ କଲ୍ ଠାରୁ ନିଜେ ଦୁରେଇ ରହିବା ସହ ଏନେଇ ସଚେତନ କରନ୍ତୁ । ନିଜେ ସତର୍କ ରୁହନ୍ତୁ ଏବଂ ନିଜ ପରିବାର ତଥା ଆଖପାଖ ଲୋକଙ୍କ ପାଖରେ ଏହି ଖବର ପହଞ୍ଚାନ୍ତୁ ।