Onn 3

କଳାହାଣ୍ଡି ବଡଫୁଣ୍ଡା ଗାଁରେ ଇନ୍ଦ୍ରାବତୀ ରାଇଟ୍ ମେନ୍ କେନାଲରେ ୧୦ ଫୁଟର ଘାଇ

State

ghai

କଳାହାଣ୍ଡି: କଳାହାଣ୍ଡି ସଦର ବ୍ଲକ କୁଟୃଖମାର ପଂଚାୟତରେ ଘାଇ । ବଡଫୁଣ୍ଡା ଗାଁରେ ଇନ୍ଦ୍ରାବତୀ ରାଇଟ୍ ମେନ୍ କେନାଲରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଚାଷଜମିରେ କେନାଲ ପାଣି ପଶି ମାଟି ଓ ବାଲି ପୋତି ହେବା ଆଶଙ୍କା ରହିଛି ।

ତେଣୁ ବ୍ୟାପକ ଧାନ ଓ କପା ଚାଷ ନଷ୍ଟ ହେବା ଆଶଙ୍କ କରିଛନ୍ତି ଚାଷୀ । ନିମ୍ନମାନର କାମ ଯୋଗୁ ସବୁବେଳେ କେନାଲରେ ଘାଇ ହୋଇ ଫସଲ ନଷ୍ଟ ହେଉଥିବା ସ୍ଥାନୀୟ ଲୋକ କହିଛନ୍ତି । ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଭାଗୀୟ ଅଧିକାରୀ। କେନାଲର ମରାମତି ଚାଲିଥିବା ସୂଚନା ମିଳିଛି। କ୍ଷତିଗ୍ରସ୍ତ ଚାଷଂକୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି।