Himant

ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱ ଶର୍ମା

Politics State

ଭୁବନେଶ୍ୱର: ବିଜେପି ଫୋକସରେ ଓଡିଶା । ନିର୍ବାଚନ ପାଇଁ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ହେଭିଓ୍ବେଟ ନେତା । ଓଡିଶାରେ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିବେ କେନ୍ଦ୍ରୀୟ ନେତା । ଏହାରି ଭିତରେ ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା ୧୪ ତାରିଖ ଦିନ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱ ଶର୍ମା ଓଡ଼ିଶା ଆସୁଛନ୍ତି ।

ଶ୍ରୀ ଶର୍ମା ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସିଧା ଅପରାହ୍ଣ ୨ଟା ୩୦ରେ ସ୍ୱସ୍ତି ପ୍ରିମିୟମ ହୋଟେଲରେ ଅନୁଷ୍ଠିତ “ବିଶେଷ ସମ୍ପର୍କ ଅଭିଯାନ”ରେ ଯୋଗ ଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର । ସେହିପରି ଆସନ୍ତା ମେ’ ୧୫ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ମେ’ ୧୭ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ମେ’ ୨୦ ତାରିଖରେ ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ତେବେ “ବିକଶିତ ଭାରତ ବିକଶିତ ଓଡ଼ିଶା” ନିର୍ମାଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆଭିମୁଖ୍ୟ ସ୍ପଷ୍ଟ । ଓଡ଼ିଶା ଚାହୁଁଛି ଦୁଇଥର ପଦ୍ମ, ଦୁଇ ଗୁଣା ବିକାଶ । ୨୦୨୪ ସାଧାରଣ ନିର୍ବାଚନ ଓଡିଶା ପାଇଁ ପରିବର୍ତନର ନିର୍ବାଚନ ହେବ । ଓଡିଶାରେ ହେବ ବିଜେପିର ସରକାର ଓ କେନ୍ଦ୍ରରେ ପୁଣି ଥରେ ହେବ ମୋଦି ସରକାର ।