ଭୁବନେଶ୍ୱର : ରାଜଧାନୀରେ ମାତିଲେ ଲୁଟେରା । ଝରକା ଭାଙ୍ଗି ନେଇଗଲେ ସୁନା ଅଳଙ୍କାର । ଭୁବନେଶ୍ବର ଶ୍ରୀଗଣେଶ ବିହାର ଅଞ୍ଚଳରେ ଲୁଟ୍ ହୋଇଛି । ଅବସରପ୍ରାପ୍ତ କର୍ମଚାରୀଙ୍କ ଘରେ ପଶି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଶାବଳରେ ଝରକା ତାଡିବା ପରେ ବୃଦ୍ଧ ଦମ୍ପତିଙ୍କୁ ଭିତର ପଟୁ ତାଲା ପକାଇଥିଲେ ।
ପରେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲା । ଏହାସହ କିଛି ନଗଦ ଟଙ୍କା ମଧ୍ୟ ନେଇଯାଇଛନ୍ତି ଲୁଟେରା । ଇନଫୋସିଟି ଥାନାରେ ଅଭିଯୋଗ ପରେ ତଦନ୍ତ ପରେ ତଦନ୍ତ କରୁଛି ପୋଲିସ ।