Onn 3

ବିଜେପିର ବୁଥ ଚଲୋ ଅଭିଯାନ କର୍ମଶାଳା

State

ନିଶ୍ଚିନ୍ତକୋଇଲି :ମାହାଙ୍ଗା ବିଜେପି ପକ୍ଷରୁ ନିଶ୍ଚିନ୍ତକୋଇଲି ବଜାର ସ୍ଥିତ ରାଧାକୃଷ୍ଣ କଲ୍ୟାଣୀ ମଣ୍ଡପ ଠାରେ ବିଜେପିର ବୁଥ ଚଲୋ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଛି । ବରିଷ୍ଠ ବିଜେପି ନେତା ଜିତେନ୍ଦ୍ର ଶତପଥୀଙ୍କ ପୌରହିତ୍ୟରେ ପ୍ରଥମେ ଭାରତମାତା, ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ବନ୍ଦେ ମାତରମ୍ ଗାନ କରି କର୍ମଶାଳାକୁ ଉଦଘାଟନ କରାଯାଇଥିଲା । ଏଥ୍‌ôରେ ବିଜେପି ନେତା ଶାରଦା ପ୍ରଧାନ ଓ ମାହାଙ୍ଗା ପ୍ରଭାରୀ ଚୌଧୁରୀ ହେମନ୍ତ କୁମାର ସାହୁ , ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଯତିନ ମହାନ୍ତି ଯୋଗ ଦେଇ ଆସନ୍ତା ସାଧାରଣ ନିର୍ବାଚନ ରେ ଦଳକୁ ବିଜୟୀ କରିବା ପାଇଁ ସଂଗଠନକୁ ମଝବୁତ୍ କରିବା ଏବଂ ଏହାକୁ ବୁଥ୍ ସ୍ତରରେ ଅଧିକ ତ୍ୱରାନ୍ୱିତ କରିବାକୁ ବିଭିନ୍ନ ରଣନୀତି ଓ କୌଶଳ ସଂକ୍ରାନ୍ତରେ ପରାମର୍ଶ ଦେଇଥିଲେ ।

ଏଥ୍‌ôରେ ପୂର୍ବତନ ଅଧ୍ୟକ୍ଷା କନକଲତା ବେହେରା, କମଳା ବସ୍ତିଆ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦେବଦତ୍ତ କର, ଜିଲ୍ଲା ସମ୍ପାଦକ ବିବେକାନନ୍ଦ ବେହେରା, ମଣ୍ଡଳ ସଭାପତି ରଂଜନ ରାଉତ, କୈଳାସ ବେହେରା, ଅଶୋକ ସାହୁ, ଅରୁଣ ସେଠୀ, ନିର୍ମଳ ରାଉତ,ଭକ୍ତ ଚରଣ ସ୍ୱାଇଁଙ୍କ ସମେତ ଶକ୍ତି କେନ୍ଦ୍ର ପ୍ରମୁଖ , ସହ ପ୍ରମୁଖ ,ପ୍ରଭାରୀ ଓ ଜିଲ୍ଲା କାର୍ଯ୍ୟକାରିଣୀର ସମସ୍ତ ସଭ୍ୟ ଓ ବହୁ ମହିଳା ସଦସ୍ୟ ଯୋଗ ଦେଇଥିଲେ ।