Onn 3

ଧବଳେଶ୍ୱର ମହାମଣ୍ଡଳର ସଂକୀର୍ତ୍ତନ ଓ ଗ୍ରାମ ପରିକ୍ରମା

State

Dhabaleswar-Sankirtan-Mahamandal

ଗୁରୁଡ଼ିଝାଟିଆ: ଧବଳେଶ୍ୱର ସଂକୀର୍ତ୍ତନ ମହାମଣ୍ଡଳର ନଗର ପରିକ୍ରମା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। ପ୍ରଭୂ ଧବଳେଶ୍ୱରଙ୍କ ପୀଠରେ ପୂଜାର୍ଚ୍ଚନା ପରେ ସଂକୀର୍ତ୍ତନ ମହାମଣ୍ଡଳର ସଦସ୍ୟମାନେ ମଞ୍ଚେଶ୍ୱର, ବିଦ୍ୟାଧରପୁର, ଲିଙ୍ଗାପଦା, ନୂଆଡିହ, ପ୍ରଶନ୍ନାପୁର, କଖଡି ଦେଇ ଅନନ୍ତପୁର, ଧୁରୁଷିଆ ଓ ଘଣ୍ଟିଖାଲ ପଞ୍ଚାୟତର ବିଭିନ୍ନ ଗ୍ରାମର ପରିକ୍ରମା କରି ଆଧ୍ୟାତ୍ମିକତାର ବାର୍ତ୍ତା ପ୍ରଚାର କରିଥିଲେ। ମହାମଣ୍ଡଳର ସଭାପତି ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ମାର୍ଗଦର୍ଶନରେ ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, କଖଡି ସରପଞ୍ଚ କଳ୍ପନା ଛତାର, ସଂକୀର୍ତ୍ତନ ମହାମଣ୍ଡଳର କାର୍ଯ୍ୟକାରୀ ସଭାପତି ରାଜକିଶୋର ଖଟୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।