Onn 3

ଦିନକ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

Politics State

 

ass

ଭୁବନେଶ୍ବର : ସରିଲା ମୌସୁମୀ ଅଧିବେଶନ । ଦିନକ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରାଯାଇଛି । ମୌସୁମୀ ଅଧିବେଶନ ବେଶ ସରଗରମ ରହିଥିଲା । ଗତ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ୨୮ ହଜାର ୨୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଥିଲା ।

ଗତ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇଥିଲା । ବ୍ୟୟମଞ୍ଜୁରୀ ବିଲ୍ ସହ ସମୁଦାୟ ୧୨ଟି ବିଲ୍ ପାରିତ ହୋଇଛି । ୭ଟି କାର୍ଯ୍ୟଦିବସ ଏ ଅଧିବେଶନରେ ବସିଥିଲା । ବ୍ୟୟମଞ୍ଜୁରୀ ବିଲ୍ ସହ ସମୁଦାୟ ୧୨ଟି ବିଲ୍ ପାରିତ ହୋଇଛି ।

ବିଧାନସଭା ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଭିଯୋଗ ଶୁଣାଣୀକୁ ନେଇ ତମ୍ବିତୋଫାନ କରିବାକୁ ଯୋଜନା କରିଥିଲା ବିରୋଧୀ । କିନ୍ତୁ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଗୃହରେ ବିବୃତି ରଖି ବିକାଶ କାର୍ଯ୍ୟକୁ ଯିଏ ବିରୋଧ କରୁଛନ୍ତି ସେମାନଙ୍କୁ ଜନ ବିରୋଧୀ ବୋଲି କହିଥିଲେ। ମୌସୁମୀ ଅଧିବେଶନରେ ବାଚସ୍ପତିଙ୍କୁ ଅସମ୍ମାନ ପ୍ରଦର୍ଶନ ଅଭିଯୋଗରେ ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ସସପେଣ୍ଡ କରାଯାଇଥିଲା ।