Chhata

ଭୁଶୁଡ଼ିଲା ପୁରୀ ରେଳଷ୍ଟେସନରେ ନିର୍ମାଣାଧୀନ ଛାତ, ୪ ଶ୍ରମିକ ଆହାତ

State

ପୁରୀ: ପୁରୀରେ ନିର୍ମାଣଧୀନ ଛାତ ଭୁଶୁଡିପଡିଲା  ।ପୁରୀ ରେଲଓ୍ବେ  ଷ୍ଟେସନରେ ନିର୍ମାଣଧୀନ କୋଠା ଛାତ ଭୁଶୁଡିପଡିଲା । ଘଟଣାସ୍ଥଳରୁ ୪ ଶ୍ରମିକଙ୍କୁ ଆହାତ ଅମସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ୪ ଶ୍ରମିକଙ୍କୁ ପୁରୀ ବଡ ମଡେକାଲରେ ଭର୍ତ୍ତି କରାଯାଇଛି। ନବନିର୍ମିତ କୋଠାର ଛାତ ପଡିବାବେଳେ ଭୁଶୁଡି ପଡିଲା । ଏହି ବଡ଼ଧରଣର ଅଘଟଣ ରେ ଆଉ କିଛି ଶ୍ରମିକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି ।  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ , ଜିଆର୍ପି ଏବଂ ଆରପିଏଫ୍ ବାହିନୀ ମୁତୟନ ରହିଛନ୍ତି । ଘଟଣା ସ୍ଥଳ ପରିଦର୍ଶନ କଲେ ପୁରୀ ଉପଜିଲ୍ଲାପାଳ । କେଉଁ ପରିସ୍ଥିତିରେ ଭୁଶୁଡିଲା ତଦନ୍ତ ହେବ କହିଲେ ଉପଜିଲ୍ଲାପାଳ ।