Money 1714301788

ଭୁବନେଶ୍ୱରରେ ବ୍ଲକିଂ ଚେକିଂ ବେଳେ ଜବତ ହେଲା ୩ ଲକ୍ଷ ୬୦ ହଜାର ଟଙ୍କା

Crime State

ଭୁବନେଶ୍ୱର : ଭୁବନେଶ୍ୱରରେ ବ୍ଲକିଂ ଚେକିଂ ବେଳେ ୩ ଲକ୍ଷ ୬୦ ହଜାର ଟଙ୍କା ଜବତ । ଗତକାଲି ଚନ୍ଦ୍ରଶେଖରପୁର ଅଞ୍ଚଳରୁ ରାତି ପ୍ରାୟ ୨ଟା ବେଳେ କାରର ଡିକିରୁ ଟଙ୍କା ମିଳିଛି । ଏହାର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ କାର ଚାଳକ। ଏପଟେ ମଦ ପିଇ ଗାଡ଼ି ଚାଳନା ବେଳେ ୬୦ଟି ଗାଡ଼ି ଓ ମୋଟରସାଇକେଲ ଜବତ ହୋଇଛି। ସେହିଭଳି ତମଣ୍ଡୋ ଥାନା ଅଞ୍ଚକରେ ୪ଟି ବେଆଇନ ମୋରମ ଟ୍ରକ୍ ଜବତ ହୋଇଛି। ନିର୍ବାଚନ ବିଜ୍ଞପ୍ତି ଆସିବା ପରେ ନାକା ଲଗାଯିବ ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।