031b7f2b 4dd6 4270 Ad35 09955278dcd2

ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ମହିଳା ସରପଞ୍ଚ କାନ୍ଦିପକାଇଲେ

State

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ବାରା ରେମୁଣାରୁ ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ମହିଳା ସରପଞ୍ଚ ବିଦ୍ୟାସ୍ମିତା ମହାଳିକ ଭାବବିହ୍ବଳ ହୋଇଯାଇଥିଲେ। ତାଙ୍କର ଆଖିରୁ ଆନନ୍ଦର ଅଶ୍ରୁ ବାହାରି ଆସିଥିଲା।
ଶ୍ରୀ ପଟ୍ଟନାୟକ ଆଜି ଷଷ୍ଠ ପର୍ଯ୍ୟାୟରେ ବିଜେଡିର ଆଉ ୯ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ, ଯେଉଁଥିରେ ରେମୁଣା ଆସନ ମଧ୍ୟ ସାମିଲ ଥିଲା। ରେମୁଣା ପାଇଁ ପତ୍ରିପ।ଲ୍ ସରପଞ୍ଚ ବିଦ୍ୟାସ୍ମିତା ମହାଳିକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଶ୍ରୀମତୀ ମହାଲିକଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ରେମୁଣାରେ ଚର୍ଚ୍ଚା ଜୋର ଧରିଛି।
ଶ୍ରୀମତୀ ମହାଳିକ ଜଣେ ସରପଞ୍ଚ ଭାବେ ଦଳର ବିଶ୍ୱାସ ଭାଜନ ହୋଇପାରିଛନ୍ତି। ଏହି କାରଣରୁ ବିଜେଡି ତାଙ୍କୁ ବିଧାୟିକା ଟିକେଟ ଦେଇଛି। ତାଙ୍କ ଉପରେ ଦଳ ବହୁ ଭରସା ମଧ୍ୟ ରଖିଛି। ଅନ୍ୟପଟରେ ଶ୍ରୀମତୀ ମହାଲିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଜଣେ ଗରିବ ମହିଳାକୁ ଆଗକୁ ଯିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି।
ସୂଚନାଯୋଗ୍ୟ, ରେମୁଣା ଆସନରେ ୨୦୦୯ରେ ବିଜେଡି ବିଜୟୀ ହୋଇଥିଲା ବେଳେ ୨୦୧୪ରେ ବିଜେପି ଠାରୁ ପରାଜିତ ହୋଇଥିଲା। କିନ୍ତୁ ୨୦୧୯ରେ ବିଜେଡି ଟିକେଟ୍‌ ସୁଧାଶୁଂ ଶେଖର ପରିଡା ବିଜୟୀ ହୋଇଥିଲେ। ଏହି ଆସନକୁ ନିଜ କବଜାରେ ରଖିବାକୁ ବିଜେଡି ଏବେ ନୂଆ କରିଛି। ସେଥି ପାଇଁ ଜଣେ ମହିଳା ସରପଞ୍ଚଙ୍କୁ ପ୍ରାର୍ଥୀ କରିଛି।