Onn 3

ଓଏନଏନ ପ୍ରଭାବ, ଆଗରପଡ଼ାକୁ ମିଳିଲା ଏନ୍‌ଏସି ମାନ୍ୟତା

State

ଆଗରପଡ଼ା :ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ପ୍ରସଙ୍ଗକୁ ନେଇ ’ଓଏନଏନ’ରେ ଗତ୧ବର୍ଷରୁ ଉର୍ଦ୍ଧ ସମୟ ଧରି ବାରମ୍ବାର ଖବର ପ୍ରକାଶ ପାଇବା ପରେ ଶେଷରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ୨୦ଟି ଜିଲ୍ଳାର ୩୪ଟି ଏନ୍‌ଏସି ମଧ୍ୟରୁ ଭଦ୍ରକ ଜିଲ୍ଲାର ଆଗରପଡ଼ା ଅନ୍ୟତମ । ଏଠାରେ ପ୍ରକାଶ ଥାଉକି; ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ପ୍ରସଙ୍ଗ ପ୍ରସ୍ତାବ ପ୍ରଦାନ ନିମନ୍ତେ ଜିଲ୍ଲାପାଳ,ଭଦ୍ରକଙ୍କ କାର୍ଯ୍ୟାଳୟରୁ ବ୍ଲକ ପ୍ରଶାସନ ବନ୍ତଙ୍କୁ ବାରମ୍ବାର ଚିଠି କରାଯାଉଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ଚିଠିର ଉତ୍ତର ରଖି ନପାରିବା ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ଉକ୍ତ ପ୍ରସଙ୍ଗ କାଗଜ କଲମରେ ସୀମିତ ରହିଯିବା ଜଣାପଡ଼ିଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବନ୍ତଙ୍କୁ ବର୍ଷ ୨୦୨୨ ଅଗଷ୍ଟ ମାସ ୨୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୮୩୦୨/ଜିଏଣ୍ଡଏମ ଓ ୧୦୩୭୧ରେ ଆଗରପଡ଼ାକୁ ଏନଏସି ମାନ୍ୟତା ପ୍ରଦାନ ନିମନ୍ତେ ପ୍ରସ୍ତାବ ପଠାଇବାକୁ ବନ୍ତ ବିଡ଼ିଓଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ୪ମାସ ପରେ ମଧ୍ୟ ବିଡ଼ିଓ,ବନ୍ତଙ୍କ କାର୍ଯ୍ୟାୟଳୟରୁ କୌଣସି ଉତ୍ତର ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସ୍ମାରକ ପତ୍ର-୨ ସ୍ୱରୂପ ଚିଠି ନଂ ୧୨୩୮୪/ଜିଏଣ୍ଡଏମ ତା୫.୧୨.୨୦୨୨ରେ ପୁଣି ଆବଶ୍ୟକିୟ ତଥ୍ୟ ଯଥାଶୀଘ୍ର ପ୍ରଦାନ କଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଊକ୍ତ ପ୍ରସ୍ତାବକୁ ସରକାରଙ୍କ ଏଚଏଣ୍ଡୟୁଡ଼ି ବିଭାଗକୁ ମଂଜୁର ନିମନ୍ତେ ପଠାଯିବ ବୋଲି ବିଡ଼ିଓ, ବନ୍ତଙ୍କୁ ଅନୁରୋଧ କରାଯାଇଥିବା ଜଣାପଡ଼ିଥିଲା । ଏହାର ଏକକିତା ନକଲ ତହସିଲଦାର,ବନ୍ତଙ୍କ ସମେତ ଜିଲ୍ଳା ପରିଷଦ, ଭଦ୍ରକଙ୍କୁ ମଧ୍ୟ ପଠାଯାଇଥିବା ଜଣାପଡ଼ିଥିଲା । କିନ୍ତୁ ପ୍ରଶାସନ ଏଥିନେଇ ନିରବତା ଅବଲମ୍ବନ କରିଥିଲା । ପ୍ରଶାସନର ନିରବତାକୁ ନେଇ ବାରମ୍ବାର ‘ଓଏନଏନ’ରେ ଖବର ପ୍ରକାଶିତ ହୋଇ ଆସୁଥିଲା । ପରେ ଗତ ମଇ ମାସରେ ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ପ୍ରଦାନ ପାଇଁ ସରକାରୀସ୍ତରରେ ପ୍ରସ୍ତୁତି ଆରମ୍ଭ ହେବା ସହ ଉକ୍ତ ଅଂଚଳର ସର୍ଭେ ଆରମ୍ଭ ହୋଇଥିଲା । ବନ୍ତ ବ୍ଲକର ୨୫ଗୋଟି ପଂଚାୟତକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି ।

ତନ୍ନମଧ୍ୟରୁ ୯ଟି ପଂଚାୟତ ପୁରୁଷଣ୍ଢ,ବଡ଼ମହିଁଷଗୋଠ, ଅଣିଜୋ,ଆଡ଼ିଆ, ଗୋପିନାଥପୁର,ରାମଚନ୍ଦ୍ରପୁର,ଚାରିଗାଁ ,ମହାନ୍ତିପଡ଼ା ଓ ବିଟିପୁର ପଂଚାୟତକୁ ନେଇ ୧୪ନଂ ଜୋନ ଆଗରପଡ଼ା ଗଠିତ । ୮ ଟି ପଂଚାୟତ ଗଣିଜାଙ୍ଗ, ବନ୍ତ, ଟିଲୋ, ଓଡ଼ଙ୍ଗ, ଛୟାଳିସିଂ, ବସନ୍ତିଆ ,ବଡ଼ବର୍ଚ୍ଚିକୟାଁ ଓ କାଦବରାଙ୍ଗକୁ ନେଇ୧୫ନଂ ଜୋନ ବନ୍ତ ଗଠିତ ହୋଇଥିବା ବେଳେ ୮ଟି ପଂଚାୟତ ଗୋବିନ୍ଦପୁର, ରାମକୃଷ୍ଣପୁର, କେନ୍ଦୁଆପଦା,ରାମପୁର,ପଧାନପଡ଼ା, ଷେଣ୍ଢତିରା,ତୋଡ଼ଗାଁ ଓ ନିଳୋକକୁ ନେଇ ୧୬ନଂ ଜୋନ ଗଠିତ । କେନ୍ଦୁଝର,ବାଲେଶ୍ୱର ଓ ଭଦ୍ରକ ଏହିପରି ୩ଟି ଜିଲ୍ଲାର ମଧ୍ୟ ଭାଗରେ ଆଗରପଡ଼ା ଅବସ୍ଥିତ । ବ୍ୟବସାୟିକ ଦୃଷ୍ଟି କୋଣରୁ ଆଗରପଡ଼ାର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ହୋଇଥିବା ବେଳେ ଏଠାରେ ବ୍ଲକର ଏକ ମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଦମକଳ କେନ୍ଦ୍ର ଏବଂ ଶିକ୍ଷା ଓ ପ୍ରଶିକ୍ଷକ କେନ୍ଦ୍ର ଅବସ୍ଥିତ । ପ୍ରବାଦ ପୁରୁଷ ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମମାଟି ଆଗରପଡ଼ା ହୋଇଥିବାବେଳେ ଏ୍ୟୌତିହ ସଂପର୍ଣ୍ଣ କର୍ମ ମନ୍ଦିର ଏଠାରେ ଅବସ୍ଥିତ । ତେଣୁ ବିଭିନ୍ନ ଦୃଷ୍ଟି କୋଣରୁ ଆଗରପଡ଼ା ଏନଏସି ମାନ୍ୟତା ପାଇବା ପାଇଁ ଯୋଗ୍ୟ । ତେଣୁ ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ପ୍ରସଙ୍ଗ କାଗଜ କଲମରେ ସୀମିତ ନରଖି ବ୍ଲକ ପ୍ରଶାସନ ଯଥାଶୀଘ୍ର ଆବଶ୍ୟକୀୟ କାଗଜପତ୍ର ଜିଲ୍ଲାପ୍ରଶାସନକୁ ପ୍ରଦାନ କରିବା ପାଇଁ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଥିବା ଖବର ‘ଓଏନଏନ’ରେ ପ୍ରକାଶ ପାଇ ଆସୁଥିଲା ।