ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଵହଳଦା ଵ୍ଳକ ଅନ୍ତର୍ଗତ ଵାସିଙ୍ଗୀ ଗ୍ରାମର ବିଶିଷ୍ଟ ସମାଜସେବୀ/ ଧର୍ମପରାୟଣ ବ୍ୟକ୍ତି ଇଂ ମହେନ୍ଦ୍ର ମହାନ୍ତ(୬୬)ଙ୍କ ଭୂବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ଅନ୍ତିମ ସମୟ ରେ ତାଙ୍କର ଧର୍ମପତ୍ନୀ ଲୀଳାବତୀ ମହାନ୍ତ ,ଝିଅ ବେଡି, ଛବି, ଦୀପା, ସୀମା ପୁତ୍ର ବାପୁନ୍, ମଝିଆ ଭାଇ ସୁରେନ୍ଦ୍ର, ଜୋଇଁ ମାନେ ଉପସ୍ଥିତ ଥିଲେ । ତାଙ୍କୟ ଦେହାନ୍ତ ଖବର ପାଇ ଶୁଭେଛୁ, ଆତ୍ମୀୟ ପରିଜନ ତାଙ୍କ ଵାସିଙ୍ଗୀ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ ସହ ତାଙ୍କର ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ । ତାଙ୍କର ଶେଷକୃତ୍ୟ ଗ୍ରାମ ଶ୍ମଶାନରେ କରାଯାଇଥିଲା ।
ସୂଚନାଯୋଗ୍ୟ ୧୯୮୧ ମସିହାରେ ସେ ଶିଳ୍ପ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ ପରେ ପଦୋନ୍ନତି ପାଇ ସହକାରୀ ଯନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ ।ପରେ ୨୦୧୯ ରେ ଅବସର ନେଇଥିଲେ । ତାଙ୍କର ଚାକିରି ସମୟରେ ସେ ବହୁ ମନ୍ଦିର ର କାରୁକାର୍ଯ୍ୟ ସୁଚାରୁରୂପେ ସମ୍ପାଦନା କରିଥିଲେ ।ସେ ଜଣେ ଦେବୀ ମା’ ମନସାଙ୍କ ପରମ ପୂଜକ ଥିଲେ ।ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହିତ ସେ ସେବାରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ଦେହାନ୍ତରେ ସମଗ୍ର ଵାମନଘାଟୀ ଅଂଚଳରେ ଶୋକରେ ଛାୟା ଖେଳିଯାଇଛି ।